ହକି ପରେ ଭାରତୀୟ ରଗବୀ ଦଳର ପ୍ରାୟୋଜକ ହେଲେ ଓଡିଶା ସରକାର, କିଟ୍ ସହ ମିଶି ରଗବୀ ଇଣ୍ଡିଆ ସହ ତିନି ବର୍ଷିଆ ଚୁକ୍ତି

ଭୁବନେଶ୍ୱର- ହକି ପରେ ଏବେ ଭାରତୀୟ ଦଳ ରଗବୀ ଦଳର ପୃଷ୍ଠପୋଷକତା କରିବେ ଓଡିଶା ସରକାର । ଓଡିଶା ସରକାର ଓ କିଟ୍ ମିଳିତ ଭାବେ ଜାତୀୟ ଦଳର ପ୍ରାୟୋଜକ ରହିବେ । ଏଥିପାଇଁ ରଗବୀ ଇଣ୍ଡିଆ ସହ ତିନି ବର୍ଷିଆ ଚୁକ୍ତି କରିଛନ୍ତି ରାଜ୍ୟ ସରକାର ଓ କିଟ୍ । ଆଗକୁ ୧୮ ବର୍ଷରୁ କମ୍ ଏସୀୟ ଚାମ୍ପିଅନସିପରେ ଭାରତୀୟ ରଗବୀ ଦଳ ଭାଗ ନେବ । ଗତ ୧୪ ତାରିଖରୁ କିଟ୍‌ରେ ଜାତୀୟ ପ୍ରଶିକ୍ଷଣ କ୍ୟାମ୍ପ ଆରମ୍ଭ ହୋଇଛି । ଏହି କ୍ୟାମ୍ପରେ ତାଲିମ ସହିତ ଆସନ୍ତା ଚାମ୍ପିଅନସିପ୍ ପାଇଁ ଖେଳାଳି ଚୟନ କରାଯିବ । ପ୍ରଦର୍ଶନକୁ ଦେଖି ୧୩ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୫୨ ମହିଳା ଖେଳାଳିଙ୍କୁ ଚୟନ କରାଯାଇଛି, ଯେଉଁମାନେ ୧୮ ବର୍ଷରୁ କମ୍ ଜାତୀୟ ଶିବିରରେ ଯୋଗ ଦେବେ ।

ଓଡିଶା ସରକାର ରଗବୀ ସହ ମଧ୍ୟ ଯୋଡି ହୋଇଛନ୍ତି । ଭାରତୀୟ ମହିଳା ଦଳର ତାଲିମ ଶିବିର ଓଡିଶାରେ ଆୟୋଜନ କରାଯାଇଥିବାରୁ ସେ ଖୁସି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ବାର୍ତ୍ତାରେ କହିବା ସହ ସବୁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Comments are closed.