ତୃତୀୟ ଟେଷ୍ଟ: ଭାରତ ଏକ ଇନିଂସ ଓ ୭୬ ରନରେ ପରାସ୍ତ, ସିରିଜ୍ ୧-୧

ଲିଡ୍ସ: ତୃତୀୟ ଟେଷ୍ଟରେ ଭାରତ ଏକ ଇନିଂସ ଏବଂ ୭୬ ରନରେ ପରାସ୍ତ ହୋଇଛି। ହେଡିଙ୍ଗଲି (ଲିଡସ୍) ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସରେ ଟିମ୍ ଇଣ୍ଡିଆ ୨୭୮ ରନରେ ଅଲଆଉଟ୍ ହୋଇଯାଇଛି | ଚଳିତ ବର୍ଷ ଟିମ୍ ଇଣ୍ଡିଆର ଏହା ହେଉଛି ସବୁଠାରୁ ବଡ ପରାଜୟ | ଅନ୍ୟପକ୍ଷରେ ଏହି ବୃହତ ବିଜୟ ସହ ଇଂଲଣ୍ଡ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜକୁ ୧-୧ ସ୍ତରକୁ ଆଣିଛି | ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଟେଷ୍ଟରେ ଭାରତ ୧୫୧ ରନରେ ବିଜୟୀ ହୋଇଥିଲା।

ଚତୁର୍ଥ ଦିନରେ ଭାରତ ତା’ର ଅସମାପ୍ତ ଦ୍ଵିତୀୟ ଇନିଂସ ସ୍କୋର ୨୧୫/୨ ରନରୁ ଖେଳ ଆରମ୍ଭ କରି ପ୍ରଥମ ସେସନରେ ୨୭୮ ରନରେ ଅଲ ଆଉଟ୍ ହୋଇଯାଇଥିଲା। ଭାରତ ତା’ର ଶେଷ ୮ ଓ୍ବିକେଟ୍ ୬୩ ରନରେ ହରାଇଥିଲା।

ଭାରତ ପାଇଁ ପୂଜାରା ସର୍ବାଧିକ ୯୧ ରନ୍ କରିଥିବା ବେଳେ କୋହଲି ୫୫ ରନ୍ କରିଥିଲେ। ଭାରତ ପ୍ରଥମ ଇନିଂସରେ ମାତ୍ର ୭୮ ରନରେ ଅଲଆଉଟ୍ ହୋଇଯାଇଥିଲା । ଏହାର ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୪୩୨ ରନ୍ କରି ୩୫୪ ରନର ବୃହତ ଅଗ୍ରଣୀ ହାସଲ କରିଥିଲା।

Comments are closed.