ଏସସିବିରେ ଆରମ୍ଭ ହେଲା ଇକମୋ ଚିକିତ୍ସା, କଟକ ଜିଲ୍ଲାର ମହିଳା ପ୍ରଥମ ରୋଗୀ

କଟକ – କଟକ ବଡ ମେଡିକାଲରେ ଆରମ୍ଭ ହୋଇଛି ଇକମୋ ଚିକିତ୍ସା । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ବଡଖିରାର ୫୮ ବର୍ଷିୟା ଅନ୍ନପୂର୍ଣ୍ଣା ନାୟକ ପ୍ରଥମ ରୋଗୀ ଭାବେ ଏସସିବିରେ ଏହି ଚିକିତ୍ସା ସୁବିଧା ପାଇଛନ୍ତି । କୋରୋନା ସଂକ୍ରମିତ ଅନ୍ନପୂର୍ଣ୍ଣାଙ୍କୁ ଗୁୁରୁତର ଅବସ୍ଥାରେ କଡ ବଡ ମେଡିକାଲରେ ଭେଂଟିଲେଟରରେ ଥିବା ଅନ୍ନପୂର୍ଣ୍ଣାଙ୍କୁ କାର୍ଡିଓଥୋରାସିସ୍ ବିଭାଗରେ ସ୍ଥାପିତ ଇକମୋ ୟୁନିଟକୁ ଅଣାଯାଇ ଚିକିତ୍ସା ଆରମ୍ଭ କରାଯାଇଥିଲା । ଶନିବାର ରାତିରେ ଚିକିତ୍ସା ଆରମ୍ଭ ହୋଇଛି ।

କଟକ ବଡ ମେଡିକାଲରେ ୯ଟି ଇକମୋ ମେସିନ ସ୍ଥାପନ କରାଯାଇଛି । ଗୁରୁତର ରୋଗୀଙ୍କୁ ମାଗଣା ଇକମୋ ଚିକିତ୍ସା ଉପଲବ୍ଧ ହେବ । ଏସସିବିରେ ପୂର୍ବ ଭାରତର ସର୍ବବୃହତ ଇକମୋ ୟୁନିଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୭ ତାରିଖରେ ଲୋକାର୍ପଣ କରିଥିଲେ ।

Comments are closed.