ପ୍ରଶଂସନୀୟ ସେବା ପାଇଁ ପୋଲିସ ଅଧିକାରୀ ଓ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କଲେ ଡିଜିପି ଅଭୟ

ରାଉରକେଲା – ପ୍ରଶଂସନୀୟ ସେବା ଯୋଗାଇ ଥିବା ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ ସମେତ ପ୍ରାଣ ହରାଇଥିବା କୋଭିଡ ଯୋଦ୍ଧାଙ୍କ ପରିବାରକୁ ସମ୍ବର୍ଦ୍ଧିତ କରିଛନ୍ତି ପୋଲିସ ଡିଜି ଅଭୟ । ଏଠାରେ ଆୟୋଜିତ ଏକ ଉତ୍ସବରେ ୬ଟି ପୋଲିସ ଜିଲ୍ଲା – ରାଉରକେଲା, ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର ଓ ବରଗଡର ୪୪ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ଡିଜିିପି ଡିସ୍କ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଛି । ପ୍ରାଣ ହରାଇଥିବା ୪ ଜଣ କୋଭିଡ ଯୋଦ୍ଧାଙ୍କ ପରିବାରଙ୍କୁ ବି ସମ୍ବର୍ଦ୍ଧିତ କରିଛନ୍ତି ଡିଜିପି ଅଭୟ । ଏହି କାର୍ଯ୍ୟକ୍ରମରେ ଏଡିଜି, ପଶ୍ଚିମାଞ୍ଚଳ ଆଇଜି, ରାଉରକେଲା ଏସପିଙ୍କ ସମେତ ୫ ପୋଲିସ ଜିଲ୍ଲାର ଏସପି ଯୋଗ ଦେଇଥିଲେ ।

Comments are closed.