କୋରୋନାରେ ଆଉ ୬୭ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର- ରାଜ୍ୟରେ ଆଉ ୬୭ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ତଥ୍ୟ ଅନୁସାରେ କଟକ ଜିଲ୍ଲାରେ ସର୍ବାଧିକ ୨୦, ଅନୁଗୁଳରେ ୯ ଓ ଜଗତସିଂହପୁର ଜିଲ୍ଲାରେ ୯ ରୋଗୀଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ୬, ଯାଜପୁରରୁ ୪, କେନ୍ଦ୍ରାପଡାରୁ ୩, ମୟୂରଭଞ୍ଜରୁ ୩ କୋରୋନା ରୋଗୀ ପ୍ରାଣ ହରାଇଛନ୍ତି । ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ ଓ ପୁରୀ ଜିଲ୍ଲାରେ ୨ ଜଣେ ଲେଖାଏଁ କୋରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି ଓ ସୁବର୍ଣ୍ଣପୁର ଜିଲ୍ଲାରେ ଜଣେ ଲେଖାଏଁ ରୋଗୀଙ୍କ ମୃତ୍ୟୁ ହୋଇଛି ।

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା୭ ହଜାର ୯୦୧କୁ ବୃଦ୍ଧି ପାଇଛି ।

Comments are closed.