ଦିନିକିଆ ଗଞ୍ଜାମ ଗସ୍ତରେ ଡିଜିପି ଅଭୟ

ବ୍ରହ୍ମପୁର – ପୋଲିସ ଡିଜି ଅଭୟ ଆଜି ଗଞ୍ଜାମ ଗସ୍ତ କରିଛନ୍ତି । ବ୍ରହ୍ମପୁର ଗୋସାଣି ନୂଆଗାଁରେ ପୋଲିସ ଥାନାର ନୂଆ କୋଠା ଉଦଘାଟନ କରିଛନ୍ତି ଡିଜିପି । ଏହି ଅବସରରେ  ବିଧାୟକ ବିକ୍ରମ ପଣ୍ଡା, ଦକ୍ଷିଣାଞ୍ଚଳ ଡିଆଇଜିପି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସପି ପିନାକ ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଭଞ୍ଜବିହାର ଫାଣ୍ଡି ଓ ରମ୍ଭା ଥାନାର ମଧ୍ୟ ନୂଆ କୋଠା ମଧ୍ୟ ଉଦଘାଟନ କରିଛନ୍ତି ପୋଲିସ ଡିଜି । ଡିଜିପି କହିଛନ୍ତି ଯେ, ରାଜ୍ୟରେ ମାଓବାଦୀଙ୍କ ସଂଖ୍ୟା କମିବାରେ ଲାଗିଛି । ମାଓ ଅଞ୍ଚଳରେ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇଛି ବୋଲି ଡିଜିପି ଅଭୟ କହିଛନ୍ତି ।

Comments are closed.