ଡିସେମ୍ବର ସୁଦ୍ଧା ରାଜ୍ୟରେ କୋଭିଡ ଟିକାକରଣ ସରିବା ସମ୍ଭାବନା

ଭୁବନେଶ୍ୱର- ରାଜ୍ୟରେ କୋଭିଡ ଟିକାକରଣ ଆସନ୍ତା ଡିସେମ୍ବର ସୁଦ୍ଧା ସରିବା ସମ୍ଭାବନା ରହିଛି । ରାଜ୍ୟ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । ଯଦି ଟିକା ଆସିବାରେ କୌଣସି ସମସ୍ୟା ନ ଉପୁଜେ,ତାହା ହେଲେ ୪ ମାସ ମଧ୍ୟରେ ଟିକାକରଣ ଶେଷ ହୋଇଯିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । ବର୍ତ୍ତମାନ ଟିକାରେ କିଛି ସମସ୍ୟା ନାହିଁ । ରାଜ୍ୟରେ ୨ କୋଟି ୨୦ ଲକ୍ଷ ଡୋଜ୍ ଟିକା ଦିଆସରିଛି । ପ୍ରଥମ ଡୋଜ୍ ୧ କୋଟି ୬୬ ଲକ୍ଷ ଓ ଦ୍ୱିତୀୟ ଡୋଜ୍ ୫୩ ଲକ୍ଷ ଲୋକ ନେଇ ସାରିଛନ୍ତି । ୫୪ ପ୍ରତିଶତ ପ୍ରଥମ ଡୋଜ୍ ପାଇଛନ୍ତି ବୋଲି ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ କହିଛନ୍ତି । ପ୍ରାଥମିକତା ଭିତ୍ତିରେ ଦ୍ୱିତୀୟ ଡୋଜ୍ ଟିକା ଦେବାକୁ ଜିଲ୍ଲାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଶିକ୍ଷକଙ୍କ ସହ ଦ୍ୱିତୀୟ ଡୋଜ୍ ନେବାକୁ ଥିବା ଲୋକଙ୍କୁ ପ୍ରାଧାନ୍ୟ ଦିଆଯାଉଛି । ସେପଟେମ୍ବର ୫ ସୁଦ୍ଧା ଶିକ୍ଷକଙ୍କ ଟିକାକରଣ ଶେଷ ହେବ ।

Comments are closed.