ଗାଡିରେ ‘ପ୍ରେସ’ ଲେଖି ବୁଲୁଥିବା ନକଲି ସାମ୍ବାଦିକଙ୍କୁ ଧରିବ ପୋଲିସ

କଟକ – ନକଲି ସାମ୍ବାଦିକଙ୍କୁ ଧରିବାକୁ ଅଭିଯାନ ଆରମ୍ଭ କରିବ ପୋଲିସ । ଗାଡିରେ ‘ପ୍ରେସ୍‌’ ଲେଖି ରାଜ୍ୟସାରା ମନଇଛା ବୁଲୁଥିବା ନକଲି ସାମ୍ବାଦିକଙ୍କୁ ସାବାଡ୍ କରିବାକୁ କମିଶନରେଟ ପୋଲିସ ଯୋଜନା କରିଛି । ଯେଉଁମାନେ ଗାଡିରେ ପ୍ରେସ୍ ଲେଖି ବୁଲୁଛନ୍ତି , ସେମାନଙ୍କ ପରିଚୟ ଯାଞ୍ଚ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି । ଏପରି ହେଲେ ନକଲି ସାମ୍ବାଦିକ ଠାବ ହୋଇପାରିବେ । ପୋଲିସକୁ ଏଥିପାଇଁ ସହଯୋଗ କରିବାକୁ ସାମ୍ବାଦିକ ଓ ସାମ୍ବାଦିକ ସଂଘଗୁଡିକୁ ସେ ଅନୁରୋଧ କରିଛନ୍ତି ।

Comments are closed.