ସ୍ୱର୍ଣ୍ଣ ସ୍ୱପ୍ନ ସାକାର : ପାରା ଅଲିମ୍ପିକ୍ସରେ ବ୍ୟାଡମିଂଟନ ଚାମ୍ପିଅନ ହେଲେ ଓଡିଆ ପୁଅ ପ୍ରମୋଦ ଭଗତ

ଟୋକିଓ – ପାରା ଅଲିମ୍ପିକ୍ସରେ ଓଡିଆ ପୁଅ ପ୍ରମୋଦ ଭଗତଙ୍କ ସ୍ୱର୍ଣ୍ଣ ସ୍ୱପ୍ନ ସାକାର ହୋଇଛି । ବ୍ୟାଡମିଂଟନର ଏସଏଲ -୩ ବର୍ଗରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ ଭଗତ । ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଛନ୍ତି ବରଗଡର ଏହି ପାରା ବ୍ୟାଡମିଂଟନ ଖେଳାଳି । ପ୍ରଥମ ଥର ପାଇଁ ପାରା ଅଲିମ୍ପିକ୍ସରେ ବ୍ୟାଡମିଂଟର ସ୍ଥାନ ପାଇଥିଲା । ଆଉ ନିଜର ପ୍ରଥମ ଅଲିମ୍ପିକ୍ସରେ ହିଁ ପ୍ରମୋଦ ଭଗତ ସ୍ୱର୍ଣ୍ଣ ହାସଲ କରି ଓଡିଶାକୁ ଗର୍ବିତ କରିଛନ୍ତି । ବର୍ତ୍ତମାନ ପାରା ବ୍ୟାଡମିଂଟନରେ ପ୍ରମୋଦ ଭଗତ ବିଶ୍ୱର ଏକ ନମ୍ବର ଖେଳାଳି ଅଛନ୍ତି । ସେ ବିଶ୍ୱ ଚାମ୍ପିଅନ ମଧ୍ୟ ଜିତିସାରିଛନ୍ତି ।

Comments are closed.