ଶ୍ରୀକ୍ଷେତ୍ର ଐତିହ୍ୟରେ ଜାଣନ୍ତୁ ଶ୍ରୀଜୀଉଙ୍କ ପ୍ରଳମ୍ବାସୁର ବଧ ବେଶ ସଂପର୍କରେ

ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରେ ଶ୍ରୀଜୀଉ ମାନଙ୍କ ଅନୁଷ୍ଠିତ ହୋଇଯାଇଛି ପ୍ରଳମ୍ବାସୁର ବଧ ବେଶ । ଦ୍ଵାପର ଯୁଗରେ ଶ୍ରୀକୃଷ୍ଣ ଓ ବଳରାମ ସଖା ମାନଙ୍କ ସହିତ କାନ୍ଧରେ ବସି ଖେଳୁଥିବା ସମୟରେ ପ୍ରଳମ୍ବା ନାମକ ଏକ ଅସୁର ସଖା ରୂପରେ ଆସି ବଳରାମ ଙ୍କୁ କାନ୍ଧରେ ଧରି ଆକାଶ ମାର୍ଗରେ ଉଡି ଯାଉଥିବା ସମୟରେ ବଳରାମ ସେହି ପ୍ରଳମ୍ବାକୁ ନିଜ ହଳମୁଷଳ ଦ୍ୱାରା ବଦ୍ଧ କରିଥିଲେ। ସେହି ସ୍ମୃତିରେ ଗତକାଲି ବଡ଼ଠାକୁର ପ୍ରଳମ୍ବାସୁର ପୃଷ୍ଠରେ ବସିଥିବା ବେଶ ପ୍ରଦର୍ଶିତ ହୋଇଥିଲା।

ଭାଦ୍ରବ କୃଷ୍ଣ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିର ରେ ଅର୍ଥାତ ଗତକାଲି ଶ୍ରୀଜୀଉ ମାନଙ୍କ ମଧ୍ୟାହ୍ନ ଧୂପ ପରେ ଶ୍ରୀ ବଳଭଦ୍ର ପ୍ରଳମ୍ବାସୁର ଵଧ ବେଶରେ ସଜ୍ଜିତ ହୋଇଥିଲେ। ଏହି ବେଶରେ ବଡ଼ଠାକୁର କାଷ୍ଠ ନିର୍ମିତ ହସ୍ତ ଓ ପାଦ ଲାଗି ହୋଇଥିଲା। ପ୍ରଳମ୍ବାସୁର ଉଡିଯାଇ ଶ୍ରୀ ବଳଭଦ୍ରଙ୍କୁ ନିଜ କାନ୍ଧରେ ବସାଇ ନେଇ ଯାଉଥିବା ଦୃଶ୍ୟ ବଡ଼ ଆକର୍ଷଣ ୟ ଥିଲା। ବଳଭଦ୍ର ବାମ ହସ୍ତରେ ହଳ ପଦ୍ମ ଓ ଡାହାଣ ହସ୍ତରେ ମୁଷଳ ଧାରଣ କରି ଥିଲେ। ସେହିପରି ଶ୍ରୀଜଗନ୍ନାଥ ମଧ୍ୟ ଦକ୍ଷିଣ ହସ୍ତରେ ସ୍ଵର୍ଣ୍ଣ ପଦ୍ମ ଓ ବାମ ହସ୍ତରେ ଅମୃତ ଲଡୁ ଧାରଣ କରି ଥିଲେ। ଏହି ସ୍ୱତନ୍ତ୍ର ଲଡୁକୁ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ଯୋଗାଇ ଦେଇଥିଲେ।।

ବେଶ ବଢିବା ପରେ ଆଜ୍ଞାମାଳ ପାଇ ଶ୍ରୀରାମକୃଷ୍ଣ ଗରୁଡ଼ ସମ୍ମୁଖ ନାଟ ମଣ୍ଡପରେ ପଡିଥିବା ଖଟଶେଯ ଉପରେ ବିଜେ କରିଥିଲେ। ଏହିଠାରେ ସମ୍ପୃକ୍ତ ସେବକ ଙ୍କ ଦ୍ଵାରା ପ୍ରଳମ୍ବାସୁର ଵଧ ପ୍ରସ୍ତାବ ପ୍ରଦର୍ଶିତ ହୋଇଥିଲା। କୃଷ୍ଣ ବଳରାମ ବେଶରେ ସଜ୍ଜିତ ଦୁଇ ଜଣ ବାଳକ ପ୍ରଳମ୍ବାସୁର ବେଶରେ ଥିବା ଅସୁର କାନ୍ଧରେ ଚଢି ତାକୁ ବଦ୍ଧ କରିଥିଲେ। ଏହାପରେ ଶୀତଳ ଭୋଗ ସହିତ ବନ୍ଦାପନା ହୋଇ ରାମକୃଷ୍ଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ। ଏହାପରେ ଶ୍ରୀଜୀଉ ମାନଙ୍କ ଦୈନନ୍ଦିନ ନୀତି ବଢିଥିଲା।

Comments are closed.