ରାଜ୍ୟରେ ୮୦୫ ନୂଆ କୋରୋନା ପଜିଟିଭ ମାମଲା, ଶିଶୁ ଓ କିଶୋର ବର୍ଗରେ ୧୩୧ ସଂକ୍ରମିତ

ଭୁବନେଶ୍ୱର- ରାଜ୍ୟରେ ଆଉ ୮୦୫ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୧୩୧ ଜଣ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୪୬୭ ଓ ସ୍ଥାନୀୟ ଅଞ୍ଚଳରୁ ୩୩୮ ସଂକ୍ରମତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩୪୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୯୮ । ମୟୂରଭଞ୍ଜ ଜିଲ୍ଲାରୁ ୩୭, କେନ୍ଦ୍ରାପଡାରୁ ୩୩, ବାଲେଶ୍ୱର ଜିଲ୍ଲାରୁ ୩୦, ସମ୍ବଲପୁରରୁ ୨୧, ଯାଜପୁରରୁ ୧୯, ଜଗତସିଂହପୁରରୁ ୧୭,ସୁନ୍ଦରଗଡରୁ ୧୬, ଭଦ୍ରକରୁ ୧୪, ଅନୁଗୁଳରୁ ୧୩, ପୁରୀରୁ ୧୨, ଢେଙ୍କାନାଳରୁ ୧୧, ନୟାଗଡରୁ ୧୦, କେନ୍ଦୁଝରରୁ ୮, ନବରଙ୍ଗପୁରରୁ ୭, ଗଞ୍ଜାମରୁ ୬, ଦେବଗଡରୁ ୫, ବରଗଡରୁ ୫, କୋରାପୁଟରୁ ୪, ବୌଦ୍ଧରୁ ୩, ଝାରସୁଗୁଡାରୁ ୨, ମାଲକାନଗିରିରୁ ୨, ରାୟଗଡାରୁ ୨, ଗଜପତିରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

କଳାହାଣ୍ଡି, ନୂଆପଡା, ବଲାଙ୍ଗିର , କନ୍ଧମାଳ ଓ ସୁବର୍ଣ୍ଣପୁର ଜିଲ୍ଲାରୁ କୌଣସି ପଜିଟିଭ ମାମଲା ରିପୋର୍ଟ ହୋଇନାହିଁ । ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୧୧ ହଜାର ୫୫୮ ଜଣ କୋରୋନା ପଜିଟିଭ ହୋଇସାରିଛନ୍ତି । ୯ ଲକ୍ଷ ୯୬ ହଜାର ୩ ଶହ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି । ୭ ହଜାର ୧୫୮ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.