ନବ ବିବାହିତା ପତ୍ନୀକୁ ହତ୍ୟା, ସ୍ବାମୀର ଆତ୍ମହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍ ଷୋଡକ ପଞ୍ଚାୟତରେ ଦମ୍ପତି କଳହର କରୁଣ ପରିଣତି ଦେଖିବାକୁ ମିଳିଛି। ଗତକାଲି ରାତିରେ ସ୍ତ୍ରୀ ଲିଲିକୁ କଟୁରିରେ ହାଣି ହତ୍ୟା କରିବା ପରେ ନିଜେ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛି ସ୍ବାମୀ ବିପିନ ଗୌଡ଼। କାଲି ରାତିରେ ସମସ୍ତେ ମିଶି ଖାଇ ସାରିବା ପରେ ଶୋଇବା କୋଠରୀକୁ ସ୍ବାମୀ ସ୍ତ୍ରୀ ଯାଇଥିଲେ। ଆଜି ସକାଳେ ବାପା ପାଣ ଗୌଡ଼ ଶୋଇବା ଘରେ ପୁଅ ବୋହୂ ମରି ପଡ଼ିଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ପୁଲିସ ରକ୍ତଲଗା କଟୁରି ଜବତ କରିଛି। ମେ ମାସରେ ଏମାନଙ୍କ ବିବାହ ହୋଇଥିଲା। ଏଣୁ କାହିଁକି ଏଭଳି ଚରମ ଘଟଣା ଘଟିଗଲା ସେ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି।

ବିପିନ ହେଉଛନ୍ତି ଷୋଡ଼କ ଗାଁର ପାଣ ଗୌଡ଼ଙ୍କ ତୃତୀୟ ପୁଅ ଓ ଲିଲି ହେଉଛନ୍ତି ଅରଖପୁରର ମଦନ ଗୌଡ଼ଙ୍କ ଝିଅ। ପାରିପାର୍ଶ୍ଵିକୁ ସ୍ଥିତି ତଥା ପ୍ରାଥମିକ ତଦନ୍ତରୁ ପୁଲିସ ସନ୍ଦେହ କରୁଛି କି ଦାମ୍ପତ୍ୟ କଳହ ପରେ ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ବିପିନ ଆତ୍ମହତ୍ୟା କରିଛି।

Comments are closed.