ସରକାରଙ୍କ ଦାବି : ରାଜ୍ୟରେ ମାଓ ମୁକାବିଲାରେ ସୁଧାର, ୫ଟି ଜିଲ୍ଲା ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ 

ଭୁବନେଶ୍ୱର- ରାଜ୍ୟରେ ମାଓ ମୁକାବିଲାରେ ସୁଧାର ଆସିଛି ବୋଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ କହିଛନ୍ତି । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ବିଧାନସଭାରେ ଉତ୍ତର ରଖିଥିଲେ ମନ୍ତ୍ରୀ । ୧୫ଟି ନକ୍ସଲ ପ୍ରଭାବିତ ଜିଲ୍ଲା ମଧ୍ୟରୁ ଅନୁଗୁଳ, ବୌଦ୍ଧ, ଦେଓଗଡ, ନୟାଗଡ ଓ ସମ୍ବଲପୁର ନକ୍ସଲ କାର୍ଯ୍ୟକଳାପରୁ ମୁକ୍ତ ରହିଛି । ପୋଲିସର ପ୍ରଭାବୀ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଏ ବର୍ଷ ୩ ମାଓବାଦୀ ନିହତ ହୋଇଛନ୍ତି । ୨୫ ଜଣ ଗିରଫ ହୋଇଛନ୍ତି ଓ ୧୫ ଜଣ ଆତ୍ମସମର୍ପଣ କରିଛନ୍ତି ।

ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିଛି ବୋଲି ବିଧାନସଭାରେ ବିରୋଧୀଙ୍କ ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି ସରକାର । ବିଧାନସଭାରେ ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତି ସଂପର୍କରେ ଉତ୍ତର ରଖିଛନ୍ତି ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର । ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ସାଂପ୍ରଦାୟିକ ସଦଭାବ ବଜାୟ ରହିିଛି । ପୂର୍ବଭଳି କୌଣସି ଛାତ୍ର ଅସନ୍ତୋଷ ନାହିଁ । ମହାମାରୀ କୋରୋନା ସମୟରେ ବହୁ ଦିନ ଧରି ଲକଡାଉନ ଥିଲେ ମଧ୍ୟ କୌଣସି ଆଇନଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.