ରାଜ୍ୟରେ ଆଉ ୭୬୨ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୭୬୨ ନୂଆ କୋରୋନା ଆକ୍ରାନ୍ତ । ଏଥିମଧ୍ୟରେ ୧୮ ବର୍ଷରୁ କମ୍ ବୟସର ସଂକ୍ରମିତଙ୍କ ସଂଖ୍ୟା ହେଉଛି ୧୦୨ । ସଙ୍ଗରୋଧରୁ ୪୪୩ ଓ ସ୍ଥାନୀୟ ଅଞ୍ଚଳରୁ ୩୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୧୪, କଟକରୁ ୧୧୯, ମୟୂରଭଞ୍ଜରୁ ୨୯, ସୁନ୍ଦରଗଡରୁ ୨୬,ଜଗତସିଂହପୁରରୁ ୨୪,କେନ୍ଦ୍ରାପଡାରୁ ୨୧, ଅନୁଗୁଳରୁ ୨୦, ଯାଜପୁରରୁ ୧୯, ବାଲେଶ୍ୱରରୁ ୧୭, ପୁରୀରୁ ୧୬, ବରଗଡରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭଦ୍ରକରୁ ୯, ଢେଙ୍କାନାଳରୁ ୯, ସମ୍ବଲପୁରରୁ ୭, କେନ୍ଦୁଝରରୁ ୭, ରାୟଗଡାରୁ ୬, କୋରାପୁଟରୁ ୬, ଗଞ୍ଜାମରୁ ୪, ଝାରସୁଗୁଡାରୁ ୪, ନୟାଗଡରୁ ୩, ନୂଆପଡାରୁ ୩, ସୁବର୍ଣ୍ଣପୁରରୁ ୩, ନବରଙ୍ଗପୁରରୁ ୨, ବଲାଙ୍ଗିରରୁ ୨, ମାଲକାନଗିରିରୁ ୧, କନ୍ଧମାଳରୁ ୧, କଳାହାଣ୍ଡିରୁ ୧, ଗଜପତିରୁ ୧, ଦେବଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବୌଦ୍ଧ ଜିଲ୍ଲାରୁ କୌଣସି ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।

ରାଜ୍ୟରେ ମୋଟ କୋରୋନା ପଜିଟିଭଙ୍କ ସଂଖ୍ୟା ୧୦ ଲକ୍ଷ ୧୩ ହଜାର ୫୬୭ ହୋଇଛି । ଏଥିରୁ ୯ ଲକ୍ଷ ୯୮ ହଜାର ୫୯୧ ସୁସ୍ଥ ହୋଇସାରିଲେଣି । ୬ ହଜାର ୮୫୩ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.