ମୌସୁମୀ ଅଧିବେଶନର ଶେଷ ଦିନ : ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ଆଗତ ହୋଇପାରେ ସଂକଳ୍ପ

ଭୁବନେଶ୍ୱର- ବିଧାନସଭା ମୌସୁମୀ ଅଧିବେଶନର ଆଜି ହେଉଛି ଶେଷ ଦିନ । ଆଜି ରାଜ୍ୟ ସରକାର ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରିବା ପାଇଁ ଏକ ପ୍ରସ୍ତାବ ଆଗତ କରିବେ । ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଜାତିଭିତ୍ତିକ ଜନଗଣନା ପାଇଁ ମଧ୍ୟ ବିଧାନସଭାରେ ପ୍ରସ୍ତାବ ଆଗତ ହେବ । ବିଧାନସଭାର ସ୍ୱଳ୍ପ ମୌସୁମୀ ଅଧିବେଶନରେ ଆଲୋଚନା କମ୍ ଓ ହଟ୍ଟଗୋଳ ଅଧିକ ହୋଇଛି । ବିବାଦ ଓ ହଟ୍ଟଗୋଳ ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିଛନ୍ତି । ଗୃହରେ ବିରୋଧୀ ପ୍ରସଙ୍ଗରୁ ହଟି ଅଯଥାରେ ହଟ୍ଟଗୋଳ କରୁଛନ୍ତି ବୋଲି ଗତକାଲି ବିଜେଡି କହିଥିଲା ।

Comments are closed.