ରାଜ୍ୟରେ ଆଉ ୬୩୦ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୧୦ ଲକ୍ଷ ପାର

ଭୁବନେଶ୍ୱର – ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୬୩୦ ନୂଆ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଶିଶୁ କିଶୋରଙ୍କ ସଂଖ୍ୟା ରହିଛି ୧୧୬ । ସଙ୍ଗରୋଧରୁ ୩୬୮ ଓ ସ୍ଥାନୀୟ ଅଞ୍ଚଳରୁ ୨୬୨ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧, କଟକ ଜିଲ୍ଲାରୁ ୧୧୮ , ଯାଜପୁରରୁ ୩୨, ବାଲେଶ୍ୱରରୁ ୨୩, ସୁନ୍ଦରଗଡରୁ ୨୨, ମୟୂରଭଞ୍ଜରୁ ୨୦, ନୟାଗଡରୁ ୧୭, ପୁରୀରୁ ୧୬, ସମ୍ବଲପୁରରୁ ୧୩, ଢେଙ୍କାନାଳରୁ ୧୨, ଜଗତସିଂହପୁରରୁ ୧୧, ଭଦ୍ରକରୁ ୧୦, କୋରାପୁଟରୁ ୯, କେନ୍ଦ୍ରାପଡାରୁ ୮, ରାୟଗଡାରୁ ୭, ଅନୁଗୁଳରୁ ୫, ବରଗଡରୁ ୪, କେନ୍ଦୁଝର ୪, ମାଲକାନଗିରିରୁ ୪, ଦେବଗଡରୁ ୪, ବଲାଙ୍ଗିରରୁ ୩, ଗଜପତିରୁ ୩, ଗଞ୍ଜାମରୁ ୩, କନ୍ଧମାଳରୁ ୨, ନବରଙ୍ଗପୁରରୁ ୨, ବୌଦ୍ଧରୁ ୧, ଝାରସୁଗୁଡାରୁ ୧, କଳାହାଣ୍ଡିରୁ ୧ ଓ ନୂଆପଡାରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲାରୁ କୌଣସି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇନାହାନ୍ତି ।.

ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୧୫ ହଜାର ୭୧୩ ଜଣ କୋରୋନା ପଜିଟିଭ ହୋଇସାରିଛନ୍ତି । ଏଥିରୁ ୧୦ ଲକ୍ଷ ୫୪୮ ସୁସ୍ଥ ବି ହୋଇଛନ୍ତି । ୭ ହଜାର ୨୦ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.