ଟିକା ନେବା ପରେ ବି ୨୦ ପ୍ରତିଶତ ଲୋକଙ୍କଠାରେ ସୃଷ୍ଟି ହେଉନାହିଁ ଆଂଟିବଡି : ଆଇଏଲଏସ ନିର୍ଦ୍ଦେଶକ

ଭୁବନେଶ୍ୱର – ଅଗଷ୍ଟରୁ ସେପଟେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ରାଜ୍ୟର ୬ ଶହ ସାମ୍ପଲକୁ ଜେନମ ସ୍ୱିକେନ୍ସିଂ କରାଯାଇଥିଲା । ଏଥିରୁ ୪୨୫ ଡେଲ୍ଟା ଭେରିଏଂଟ୍ ବାହାରିଥିଲା ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି । ବାକି ସାମ୍ପଲ ଅନ୍ୟ ଭେରିଏଂଟର ଥିଲା । କୌଣସି ନୂଆ ମ୍ୟୁଟେସନ ଚିହ୍ନଟ ହୋଇ ନ ଥିବା କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଟିକା ନେବା ପରେ ବି ୨୦ ପ୍ରତିଶତ ଲୋକଙ୍କଠାରେ ଆଂଟିବଡି ସୃଷ୍ଟି ହେଉନାହିଁ । ଡକ୍ଟର ପରିଡା ଆହୁରି ବି କହିଛନ୍ତି ଯେ, ଅଧିକ ସାମ୍ପଲ୍‌ର ଜେନମ ସିକ୍ୱେନ୍ସିଂରେ ଓଡିଶା ଦେଶରେ ଚତୁର୍ଥ ସ୍ଥାନରେ ରହିଛି । ଏହି ବର୍ଷ ଜାନୁଆରୀରୁ ବର୍ତ୍ତମାନ ସୁଦ୍ଧା ଓଡିଶାର ୬ ହଜାର ସାମ୍ପଲ ଜେନମ ସିକ୍ୱେନସିଂ ହୋଇଛି ।
ଡବଲ୍ ଡୋଜ୍ ପରେ ବୁଷ୍ଟର କି ତୃତୀୟ ଡୋଜ୍ ଦେବା ନେଇ ବିଶ୍ଳେଷଣ ଚାଲିଛି ବୋଲି ସେ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର କେନ୍ଦ୍ର ସରକାର ଏ ସଂପର୍କରେ ଘୋଷଣା କରିବେ ବୋଲି ଡକ୍ଟର ପରିଡା କହିଛନ୍ତି ।

Comments are closed.