ରାଜଧାନୀର ଧଉଳି ନିକଟରୁ ଡେଲିଭରି ବୟଙ୍କୁ ଅପହରଣ

ଭୁବନେଶ୍ୱର- ରାଜଧାନୀର ଧଉଳି ଥାନା ଅଞ୍ଚଳରୁ ଜଣେ ଡେଲିଭରି ବୟଙ୍କୁ ଅପହରଣ କରାଯାଇଥିବା ସୂଚନା ମିଳିଛି । ଲିଙ୍ଗିପୁର ପାଖ ଦୟାନଦୀ ନିକଟ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍ , ଗଞ୍ଜି ଓ ମନିପର୍ସ ମିଳିଛି । ଅପହୃତ ଡେଲିଭରି ବୟଙ୍କ ନାଁ ପତିତପାବନ ପୃଷ୍ଟି ବୋଲି ଜଣାପଡିଛି । ସେ ନୂଆଗାଁ ସ୍ଥିତ ବିଜୟ ବିହାରରେ ଭଡା ଘରେ ରହନ୍ତି । ସେ ତାଙ୍କ ପରିବାର ଲୋକଙ୍କୁ ଏକ ଭଏସ ମେସେଜ ଯୋଗେ ତାଙ୍କୁ ଅପରହରଣ କରାଯାଇଥିବା ନେଇ ସୂଚନା ଦେଇଥିଲେ । ତେବେ, କାହିଁକି ଓ କିଏ ତାଙ୍କୁ ଅପରହରଣ କଲା, ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ଯେଉଁ ସ୍ଥାନରୁ ପତିତପାବନଙ୍କୁ ଉଠାଇ ନିଆଯାଇଥିଲା,ସେଠାରେ ତାଙ୍କ ପରିବାର ଲୋକେ ଓ ପୋଲିସ ପହଂଚିଛନ୍ତି । ପୋଲିସ ଘଟଣାର ଯାଂଚ କରୁଛି । ପତିତପାବନ ଯେଉଁ ଫୋନ୍ ନମ୍ବରରୁ ଭଏସ ମେଲ ସଂପର୍କରେ ନିଜର ଅପହରଣ ନେଇ ସୂଚନା ଦେଇଥିଲେ,ତାହା ବନ୍ଦ ରହିଛି । ସ୍ତ୍ରୀଙ୍କ କହିବା ଅନୁସାରେ ପତିତପାବନ ତାଙ୍କୁ ଗତକାଲି ରାତି ୧୦ଟାରେ ଫୋନ୍ କରିଥିଲେ ।

Comments are closed.