ଲଘୁଚାପ ଘନୀଭୂତ, ଦୁଇ ଦିନ ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା, ୭ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର- ବଙ୍ଗୋପସାଗରରେ ଲଘୁଚାପ ଆହୁରି ଘନୀଭୂତ ହୋଇଛି । ଆଗାମୀ ୧୨ ଘଣ୍ଟାରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି । ଏହାର ପ୍ରଭାବରେ ଦୁଇ ଦିନ ଧରି ରାଜ୍ୟରେ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ୭ଟି ଜିଲ୍ଲାକୁ ଜାରି କରାଯାଇଛି ରେଡ୍ ୱାର୍ଣ୍ଣିଂ । ସେହି ଜିଲ୍ଲାଗୁଡିକ ହେଲା – ପୁରୀ , ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଢେଙ୍କାନାଳ ଓ ନୟାଗଡ । ଏସବୁ ଜିଲ୍ଲାରେ ୨୦ ସେମିରୁ ଅଧିକ ବର୍ଷା ହେବା ସମ୍ଭାବନା ରହିଛି । ୬ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ବର୍ଷା ପ୍ରଭାବରେ ତଳିଆ ଅଞ୍ଚଳ ଜଳମଗ୍ନ ହେବା ଆଶଙ୍କା ରହିଛି । କଚ୍ଚା ଘର ମଧ୍ୟ ଭୁଶୁଡିବା ଆଶଙ୍କା ରହିଛି ।

Comments are closed.