ଯୁକ୍ତ ଦୁଇ ପ୍ରଥମ କଟ୍ ଅଫ୍ ମାର୍କ ଜାରି , ତିନିଟିଯାକ ବିଭାଗରେ ରେଭେନସା ଆଗୁଆ

ଭୁବନେଶ୍ୱର – ଯୁକ୍ତ ୨ କଟ୍ ଅଫ ମାର୍କ ପ୍ରକାଶ ପାଇଛି । ତିନିଟି ବିଭାଗର ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇଛି । କଳା, ବାଣିଜ୍ୟ ଓ ବିଜ୍ଞାନରେ ଆଗରେ ରହିଛି ରେଭେନ୍ସ । କଳାରେ ୭୯ ଦଶମିକ ତିନି ପ୍ରତିଶତ, ବାଣିଜ୍ୟରେ ୮୨ ପ୍ରତିଶତ ଓ ବିଜ୍ଞାନରେ ୯୧ ଦଶମିକ ୩୩ ପ୍ରତିଶତ କଟ୍ ଅଫ ମାର୍କ ସହ ଆଗରେ ରହିଛି ରେଭେନସା । ଅଗଷ୍ଟ ୧୨ ତାରିଖରୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ସେପଟେମ୍ବର ୫ ଯାଏଁ ଚାଲିଥିଲା ପ୍ରକ୍ରିୟା । ଆଜି ମେରିଟ୍ ଲିଷ୍ଟ ପ୍ରକାଶ ପାଇଥିବା ବେଳେ ୧୪ରୁ ୨୧ ତାରିଖ ମଧ୍ୟରେ ନାମଲେଖା ଚାଲିବ । ଏହିମାସ ୨୭ ତାରିଖରେ ଦ୍ୱିତୀୟ କଟ୍ ଅଫ ମାର୍କ ପ୍ରକାଶ ପାଇବ ।

Comments are closed.