ଲଘୁଚାପ ପ୍ରଭାବରେ ରାଜ୍ୟର ୫୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା, ଆହୁରି ୨୪ ଘଂଟା ବର୍ଷିବ, ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଭୁବନେଶ୍ୱର – ଗଭୀର ଅବପାତରେ ପରିଣତ ହୋଇଥିବା ଲଘୁଚାପ ପ୍ରଭାବରେ ସାରାରାଜ୍ୟରେ ନାହିଁ ନ ଥିବା ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ରାଜ୍ୟର ୫୭ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି । ଖୋର୍ଦ୍ଧା , ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି । କାକଟପୁରରେ ୫୨୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ପୁରୀରେ ୩୪୨ ଦଶମିକ ୫ ମିଲିମିଟର ବର୍ଷା ହୋଇଛି । ୧୯୩୪ ମସିହା ସେପଟେମ୍ବର ୨୦ ତାରିଖରେ ୨୩୪ ମିିଲିମିଟର ବର୍ଷା ହୋଇଥିଲା । ୮୭ ବର୍ଷ ପରେ ପୁଣି ପୁରୀରେ ରେକର୍ଡ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ଯାଏଁ ଏଭଳି ସ୍ଥିତି ଜାରି ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ୫ଟି ଜିଲ୍ଲାକୁ ରେଡ୍ ଓ ୧୦ଟି ଜଲ୍ଲାକୁ ରେଡ୍ ଓ ୧୦ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି ।

Comments are closed.