ମାଲବାହୀ ଟ୍ରେନ ଲାଇନଚ୍ୟୁତ, ରେଳ ଚଳାଚଳ ବାଧାପ୍ରାପ୍ତ, ୧୨ ଟ୍ରେନ ବାତିଲ

ଅନୁଗୁଳ – ଅନୁଗୁଳ ଓ ତାଳଚେର ରୋଡ୍ ଷ୍ଟେସନ ମଧ୍ୟରେ ଭୋଗବେରିଣୀ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନର ଇଞ୍ଜିନ ସମେତ ୫ରୁ ଅଧିକ ବଗି ଟ୍ରାକ୍‌ରୁ ଖସିଯାଇଥିବା ସୂଚନା ମିଳିଛି । ଯାହା ଫଳରେ ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ୧୨ଟି ଟ୍ରେନକୁ ବାତିଲ କରାଯାଇଛି । ଆଉ କିଛି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି । ବର୍ଷା ପାଣି ଯୋଗୁଁ ଟ୍ରେନ ଲାଇନ ଦବିଯାଇଥିଲା । ଫଳରେ ଗହମ ବୋଝେଇ ମାଲବାହୀ ଟ୍ରେନଟି ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ଲାଇନଚ୍ୟୁତ ବଗିଗୁଡିକ ଟ୍ରାକ୍ ଉପରେ ପଡିଥିବାରୁ ଏହି ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ରେଳବାଇର ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଦଳ ପହଂଚିଛନ୍ତି । ମରାମତି କାମ ଜାରି ରହିଛି ।

Comments are closed.