ମାଲବାହୀ ଟ୍ରେନ ଲାଇନଚ୍ୟୁତ : ଆଜି ୭ଟି ଟ୍ରେନ ବାତିଲ, ୮ଟି ଟ୍ରେନର ଗତିପଥ ପରିବର୍ତ୍ତନ ,ଗୋଟିଏ ଆଂଶିକ ବାତିଲ

ଅନୁଗୁଳ – ଅନୁଗୁଳ ଓ ତାଳଚେର ରୋଡ୍ ମଝିରେ ଏକ ମାଲବାହୀ ଟ୍ରେନର ୨୫ଟି ବଗି ଲାଇନଚ୍ୟୁତ ହୋଇଥିବାରୁ ଢେଙ୍କାନାଳ-ସମ୍ବଲପୁର ସେକ୍ସସନରେ ରେଳ ଚଳାଚଳ ପ୍ରଭାବିତ ହୋଇଛି । ଆଜି ଦିନକ ପାଇଁ ୭ଟି ଟ୍ରେନ ଚଳାଚଳ ବାତିଲ କରିଛି ପୂର୍ବତଟ ରେଳପଥ । ୮ଟି ଟ୍ରେନର ଗତିପଥ ବଦଳାଯାଇଛି । ଗୋଟିଏ ଟ୍ରେନ ଆଂଶିକ ଭାବେ ବାତିଲ କରାଯାଇଛି । ଆଜି ପାଇଁ ରାଉରକେଲା-ପୁରୀ ସ୍ୱତନ୍ତ୍ର ଟ୍ରେନ ଉଭୟ ପଟୁ ବାତିଲ କରାଯାଇଛି । ଭୁବନେଶ୍ୱରରୁ ବାତିଲ ହୋଇଛି ଭୁବନେଶ୍ୱର-ରାଉରକେଲା ଇଂଟରସିଟି । ପୁରୀ-ଏଲଟିଟି ସ୍ୱତନ୍ତ୍ର ଟ୍ରେନ ଆଜି ପାଇଁ ପୁରୀରୁ ବାତିଲ ହୋଇଛି । ଏହାଛଡା ଭୁବନେଶ୍ୱର-ବଲାଙ୍ଗିର ଇଂଟରସିଟି ସ୍ୱତନ୍ତ୍ର ଟ୍ରେନ,ହାଟିଆ-ପୁରୀ, ପୁରୀ-ଦୁର୍ଗ ସ୍ୱତନ୍ତ୍ର ଟ୍ରେନ ଉଭୟ ପଟୁ ବାତିଲ କରାଯାଇଛି । ଆଜି ରାଉରକେଲା-ଗୁଣୁପୁର ଓ କାଲି ଗୁଣୁପୁର –ରାଉରକେଲା ଟ୍ରେନ ବାତିଲ ହୋଇଛି ।

Comments are closed.