ମାଟି କାନ୍ଥ ଧସି ନାବାଳିକାର ମୃତ୍ୟୁ

ଧରାକୋଟ: ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ରୁଗୁମ ପଞ୍ଚାୟତ ରାମଚନ୍ଦ୍ରପୁରରେ ମାଟି ଘର ଭୁଶୁଡ଼ି ଜଣେ ନାବାଳିକାର ମୃତ୍ୟୁ ଘଟିଛି। ମଙ୍ଗଳବାର ପୂର୍ବାହ୍ଣରେ ଲିପି ନାଇକ (୬), ପ୍ରଶାନ୍ତ ନାଇକ (୭), ତୁଳସୀ ନାଇକ (୧୨) ଓ ଆଉ କିଛି ପିଲା ଏକ ଖୋଲା ସ୍ଥାନରେ ଖେଳୁଥିଲେ। ଲଗାଣ ବର୍ଷାରେ ଓଦା ହୋଇପଡିଥିବା ନିକଟବର୍ତ୍ତୀ ଏକ ମାଟି ଘର ଧସିଯିବାରୁ ଘଟଣାସ୍ଥଳରେ ଲିପିଙ୍କ ମୃତ୍ୟୁ ଘଟିଥିଲା। ପ୍ରଶାନ୍ତ ଓ ତୁଳସୀଙ୍କୁ ମଧ୍ୟ ଆଘାତ ଲାଗିଥିଲା। ଧରାକୋଟ ଅତିରିକ୍ତ ତହସିଲଦାର, ବଡଗଡ ଥାନାଧିକାରୀ ଧରାକୋଟ ଡାକ୍ତରଖାନାରେ ପହଞ୍ଚିଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ପଠାଯିବା ସହ କେଶ୍ ନମ୍ବର ୧୬/୨୧ ରୁଜୁ ହୋଇଛି।

Comments are closed.