ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ, ଜୟପୁରରୁ ୯ ଜଣ ଗିରଫ

ଜୟପୁର: ନିଟ୍ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଜୟପୁର ପୋଲିସ ୯ ଜଣଙ୍କୁ ଗିରଫ କରିଛି। ରବିବାର ସାରା ଦେଶରେ ନିଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା | ଜୟପୁରର ଏକ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷାର ପେପର୍ ଲିକ୍ ହୋଇଥିବା ପୋଲିସ କହିଛି।

ପ୍ରାୟ ୧୬ ଲକ୍ଷ ପ୍ରାର୍ଥୀ ଚଳିତ ବର୍ଷ ନିଟ୍ ପରୀକ୍ଷା ଦେଇଥିଲେ । ତେବେ ଜୟପୁର ପୋଲିସ ଜିଲ୍ଲାର ଭାଙ୍କରୋଟା ଅଞ୍ଚଳର ଏକ ପରୀକ୍ଷା କେନ୍ଦ୍ରରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଦାବି କରିଛି। ଏହି ପରୀକ୍ଷା ରବିବାର ଅପରାହ୍ନ ୨ଟାରୁ ଆରମ୍ଭ ହୋଇଥିଲା । ପ୍ରଶ୍ନପତ୍ର ସିଲ୍ ଖୋଲାଯିବା ପରେ ହ୍ବାଟସଆପ୍ ରେ ଫଟୋ ଉଠାଇ ଏହାକୁ ସିକର ଜିଲ୍ଲାର ଏକ କୋଚିଂ ସେଣ୍ଟରକୁ ପଠାଯାଇଥିଲା। ଏହି କୋଚିଂ ସେଣ୍ଟରରେ ଉପସ୍ଥିତ ଜଣେ ଶିକ୍ଷକ ପେପର୍ ର ଦୁଇ ଶହ ପ୍ରଶ୍ନ ମଧ୍ୟରୁ ୧୭୨ଟିର ଉତ୍ତର ଲେଖି ପୁଣି ଏହାକୁ ୪:୩୦ ମିନିଟରେ ଭାଙ୍କରୋଟା କେନ୍ଦ୍ରକୁ ପଠାଇଥିଲେ | ଏହି କେନ୍ଦ୍ରରେ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀ ଉକ୍ତ ୧୭୨ ପ୍ରଶ୍ନର ନକଲ କରି ଉତ୍ତର ପତ୍ରରେ ଉତାରି ଦେଇଥିଲେ | ଉକ୍ତ ଛାତ୍ରୀଙ୍କ ସମେତ ପୋଲିସ ଗ୍ୟାଙ୍ଗର ଅନେକ ଲୋକଙ୍କୁ ଗିରଫ କରିଛି।

Comments are closed.