ସମ୍ଭାବ୍ୟ ବନ୍ୟା ସ୍ଥିତିର ମୁକାବିଲା ଲାଗି ୬ ଜିଲ୍ଲାରେ ଏନଡିଆରଏଫ ଟିମ୍ ସଜାଗ

ଭୁବନେଶ୍ୱର- ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଉପକୂଳବର୍ତ୍ତୀ ଜିଲ୍ଲାଗୁଡିକରେ ଏନଡିଆରଏଫର ୬ଟି ଟିମ୍‌କୁ ମୁତୟନ କରାଯାଇଛି । କଟକ, କେନ୍ଦ୍ରାପଡା, ଯାଜପୁର, ପୁରୀ, ଭଦ୍ରକ ଓ ବାଲେଶ୍ୱରରେ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି । ପ୍ରତି ଟିମରେ ୨୫ ଜଣ ଲେଖାଏଁ ଯବାନ ରହିଛନ୍ତି । ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ କହିଛନ୍ତି ଯେ. ଛତିଶଗଡ ପଟୁ ଏବେ ହୀରାକୁଦରେ ୫ ଲକ୍ଷ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ଛଡାଯାଉଛି ୪ ଲକ୍ଷ ୮୧ ହଜାର କ୍ୟୁସେକ ଜଳ । ଆସନ୍ତାକାଲି ୭ ଲକ୍ଷ କ୍ୟୁସେକ ପାଣି ମୁଣ୍ଡଳୀରେ ପାସ୍ କରିବ । ଫଳରେ ସମ୍ବଲପୁର, ଯାଜପୁର, କେନ୍ଦ୍ରାପଡା ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବନ୍ୟା ଆସିବ ବୋଲି ସାମଲ କହିଛନ୍ତି । ସମ୍ଭାବ୍ୟ ବନ୍ୟାକୁ ଦେଖି ପୁରୀ, କଟକ, ବାଲେଶ୍ୱର, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ ଭଦ୍ରକ ଜିଲ୍ଲାକୁ ସତର୍କ କରିଦିଆଯାଇଛି । ବୈତରଣୀ ନଦୀ ବିପଦ ସଂକେତ ତଳେ ଥିବା ବେଳେ ବ୍ରାହ୍ମଣୀ ନଦୀରେ ୩ଟି ଘାଇ ସୃଷ୍ଟି ହୋଇଛି ବୋଲି ଜଳସଂପଦ ବିଭାଗ କହିଛି ।

Comments are closed.