ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଆଉ ଜଣେ ଗିରଫ

ବାଲେଶ୍ୱର- ଚାନ୍ଦିପୁର ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଆଜି ଆଉଜଣେ ଅଭିଯୁକ୍ତ ସଚିନ କୁମାରଙ୍କୁ ଗିରଫ କରାଯାଇଛି । ସେ ଡିଆରଡିଓରେ ଡ୍ରାଇଭର ଭାବେ କାମ କରୁଥିଲେ । ତାଙ୍କୁ ଅଧିକ ପଚରାଉଚରା କରାଯାଉଛି । ମଙ୍ଗଳବାର ଦିନ ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଏହି ମାମଲାର ତଦନ୍ତ କ୍ରାଇମବ୍ରାଂଚ ନେଇଛି । ସବୁ ଅଭିଯୁକ୍ତଙ୍କୁ ଜେରା କରିବେ ଏଜେନସୀ । ଅଭିଯୁକ୍ତମାନେ ହନିଟ୍ରାପର ଶୀକାର ହେବା କଥା ଏଡାଇ ହେବ ନାହିଁ ବୋଲି ଗତକାଲି ବାଲେଶ୍ୱର ଏସପି କହିଥିଲେ ।

Comments are closed.