ମାଲକାନଗିରିରେ ମିଳିତ ଅପରେସନରେ ମାଓ ଶିବିର ଧ୍ୱସ୍ତ କଲେ ସୁରକ୍ଷା ବାହିନୀ

ମାଲକାନଗିରି – ମାଓ ବିରୋଧୀ ଅଭିଯାନରେ ପୋଲିସକୁ ସଫଳତା । ମାଲକାନଗିରି ଓ କୋରାପୁଟ ଜିଲ୍ଲା ସୀମାନ୍ତ ବଦିଲି ପାହାଡ ଉପରେ ପୋଲିସ, ଏସଓଜି, ଡିଭିଏଫର ମିଳିତ ଚଢାଉ କରି ବନ୍ଧୁକ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି । ଗତ ୧୪ ତାରିଖରେ ମାଓବାଦୀମାନଙ୍କ ସହ ସୁରକ୍ଷାବାହିନୀର ଗୁଳି ବିନିମୟ ହୋଇଥିଲା । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଗୁଳି ବିନିମୟ ହେବା ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ । ଆନ୍ଧ୍ର କ୍ୟାଡରର ଟପ୍ ମାଓ ଲିଡର୍ ସୁରେଶ ସୁରାନା ପୋଲିସ ହାତରୁ ଅଳ୍ପକେ ଖସି ପଳାଇବାରେ ସକ୍ଷମ ହୋଇଛି ।

ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ, ୬ ରାଉଣ୍ଡ ଗୁଳି, ୪ଟି ଡିଟୋନେଟର, ମାଓ ପୋଷ୍ଟର ଆଜି ଜବତ ହୋଇଛି । ଖସି ପଳାଇଥିବା ମାଓବାଦୀମାନଙ୍କୁ ଧରିବା ଲାଗି ଆନ୍ଧ୍ର –ଓଡିଶା ସୀମାନ୍ତରେ ଆଉ ଏକ ଅପରେସନ ଆରମ୍ଭ ହୋଇଥିବା ମାଲକାନଗିରି ଏସପି ସୂଚନା ଦେଇଛନ୍ତି ।

Comments are closed.