କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୬ ଶହ ଉପରେ, ୬୨୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଶିଶୁ-କିଶୋର ୭୭

ଭୁବନେଶ୍ୱର-କିଛି ଦିନ ପରେ ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ପୁଣି ଥରେ ୬ ଶହ ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୨୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ ଶିଶୁ ଓ କିଶୋର ଅଛନ୍ତି । ସଙ୍ଗରୋଧରୁ ୩୬୭ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୨୯୧ ଆକ୍ରାନ୍ତ । କଟକରୁ ୭୨, ଜଗତସିଂହପୁରରୁ ୨୬, ସୁନ୍ଦରଗଡରୁ ୨୩, ବାଲେଶ୍ୱରରୁ ୨୨, ମୟୂରଭଞ୍ଜରୁ ୨୨, ଯାଜପୁରରୁ ୧୯, କୋରାପୁଟରୁ ୧୬, ପୁରୀରୁ ୯, କେନ୍ଦ୍ରାପଡାରୁ ୯, ସମ୍ବଲପୁରରୁ ୮, ନୟାଗଡରୁ ୭, ବରଗଡରୁ ୭, ଭଦ୍ରକରୁ ୭, ଅନୁଗୁଳରୁ ୫, ଢେଙ୍କାନାଳରୁ ୫, ରାୟଗଡାରୁ ୪, ଝାରସୁଗୁଡାରୁ ୩, କେନ୍ଦୁଝରରୁ ୨, ଗଜପତିରୁ ୨,ଗଞ୍ଜାମରୁ ୧, ବଲାଙ୍ଗିରରୁ ୧ ଓ ଦେବଗଡରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ମୋଟ ୧୦ ଲକ୍ଷ ୧୮ ହଜାର ୯୨୬ ଜଣ କୋରୋନା ପଜିିଟିଭ ହୋଇସାରିଛନ୍ତି । ସୁସ୍ଥ ହୋଇସାରିଛନ୍ତି ୧୦ ଲକ୍ଷ ୪ ହଜାର ୮୪୫ । ୫ ହଜାର ୯୦୬ ଚିକିତ୍ସାଧୀନ ଅଛନ୍ତି ।

Comments are closed.