ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସିଙ୍କ ସୂଚନା

ଭୁବନେଶ୍ୱର –ରାଜ୍ୟରେ ବନ୍ୟା ସ୍ଥିତି ନେଇ ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀରେ ଜଳସ୍ତର କମିଛି । ତେଣୁ ବିପଦ ନାହିଁ । ତେବେ ସୁବର୍ଣ୍ଣରେଖାରେ ଜଳସ୍ତର ବଢୁଛି ଓ ଆଜି ରାତିରେ ଏହା ଶୀର୍ଷ ଛୁଇଁବ ବୋଲି ଏସଆରସି କହିଛନ୍ତି । ଆଜି ରାତିରେ ରାଜଘାଟରେ ସୁବର୍ଣ୍ଣରେଖା ଜଳସ୍ତର ୧୧ ଦଶମିକ ୫ ମିଟର ଯାଏଁ ପଂହଚିପାରେ । ତେବେ, ଏଥିପାଇଁ ବିଶେଷ କିଛି ଅସୁବିଧା ହେବ ନାହିଁ ବୋଲି ପ୍ରଦୀପ କହିଛନ୍ତି । ଭୋଗରାଇ, ବାଲିଆପାଳର କିଛି ତଳିଆ ଅଞ୍ଚଳରେ ପାଣି ପଶିପାରେ । ଜିଲ୍ଲା ପ୍ରଶାସନ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ସଜାଗ ରହିଛି ବୋଲି ଏସଆରସି କହିଛନ୍ତି ।

Comments are closed.