କଟକ ବଡମ୍ବା ମା’ ଭଟ୍ଟାରିକା ମନ୍ଦିରରେ ମହାନଦୀ ବନ୍ୟାଜଳ, ମା’ଙ୍କ ଚଳନ୍ତି ପ୍ରତିମା ପାହାଡ ଉପରକୁ ସ୍ଥାନାନ୍ତର

କଟକ – କଟକ ବଡମ୍ବା ମା’ ଭଟ୍ଟାରିକା ମନ୍ଦିରରେ ମହାନଦୀ ବନ୍ୟାଜଳ ପ୍ରବେଶ କରିଛି । ତେଣୁ ମା’ ଭଟ୍ଟାରିକାଙ୍କ ଚଳନ୍ତି ପ୍ରତିମା ପାହାଡ ଉପରକୁ ସ୍ଥାନାନ୍ତର କରାଯାଇଛି । ଆଜି ମା’ଙ୍କ ମନ୍ଦିର ବେଢାରେ ମହାନଦୀ ବନ୍ୟା ଜଳ ପ୍ରବେଶ କରିଥିଲା । ଫଳରେ ମନ୍ଦିରର ମୁଖ୍ୟଦ୍ୱାରକୁ ପାଣି ଛୁଇଁଥିବାରୁ ତାହା ବନ୍ଦ କରିଦିଆଯାଇଥିଲା । ମନ୍ଦିରର ନୀତିଦ୍ୱାର ଦେଇ ମା’ଙ୍କୁ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ । କିନ୍ତୁ ପାଣି ବଢିବାରୁ ମା’ ଭଟ୍ଟରିକାଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନାନ୍ତର କରାଯାଇଛି ।

Comments are closed.