ରାଜ୍ୟରେ ପୁଣି ଉପରମୁହାଁ ହେବାରେ ଲାଗିଛି ଦୈନିକ କୋରୋନା ସଂକ୍ରମଣ, ୬୯୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୩ ଶିଶୁ-କିଶୋର

ଭୁବନେଶ୍ୱର- ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ଉପରମୁହାଁ ହୋଇଛି । ଲଗାତର ଦ୍ୱିତୀୟ ଦିନରେ କୋରୋନା ସଂକ୍ରମଣ ୬ ଶହ ଉପରେ ରହିଛି । ୨୪ ଘଣ୍ଟାରେ ରାଜ୍ୟରେ ୬୯୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୮୩ । ସଙ୍ଗରୋଧରୁ ୪୦୧ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରେ ଦୈନିକ ସଂକ୍ରମଣ ପୁଣି ୩ ଶହ ହୋଇଛି । ଦିନକରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୩୨୩ ଆକ୍ରାନ୍ତ । କଟକରୁ ୯୦ ଯାଜପୁରରୁ ୩୯, ବାଲେଶ୍ୱରରୁ ୩୦, ଜଗତସିଂହପୁରରୁ ୨୫, ମୟୂରଭଞ୍ଜରୁ ୧୮, ପୁରୀରୁ ୧୮, ଭଦ୍ରକରୁ ୧୩, ସମ୍ବଲପୁରରୁ ୮, କେନ୍ଦ୍ରାପଡାରୁ ୮, ରାୟଗଡାରୁ ୭, ଅନୁଗୁଳରୁ ୬, ଝାରସୁଗୁଡାରୁ ୬, ସୁନ୍ଦରଗଡରୁ ୫, ଢେଙ୍କାନାଳରୁ ୪, ମାଲକାନଗିରିରୁ ୪, ନୟାଗଡରୁ ୩, ଗଞ୍ଜାମରୁ ୨, ଗଜପତିରୁ ୨, ସୁବର୍ଣ୍ଣପୁରରୁ ୨, କଳାହାଣ୍ଡିରୁ ୨, ଦେବଗଡରୁ ୧, କନ୍ଧମାଳରୁ ୧, କେନ୍ଦୁଝରରୁ ୧, ନବରଙ୍ଗପୁରରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏ ମୋଟ ୧୦ ଲକ୍ଷ ୧୯ ହଜାର ୬୨୧ ପଜିିଟିଭ ଚିହ୍ନଟ ହୋଇସାରିଛନ୍ତି । ସେଥିରୁ ସୁସ୍ଥ ହୋଇସାରିଛନ୍ତି ୧୦ ଲକ୍ଷ ୫ ହଜାର ୫୬୪ ଆକ୍ରାନ୍ତ । ୫ ହଜାର ୮୭୯ ରୋଗୀ ଏବେ ଚିକିତ୍ସାଧୀନ ଅଛନ୍ତି ।

Comments are closed.