ରାଜ୍ୟରେ ୬୨୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ , ଶିଶୁ-କିଶୋରଙ୍କ ସଂଖ୍ୟା ୯୫

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୨୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୯୫ ଜଣ ହେଉଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୬୨ ଓ ସ୍ଥାନୀୟ ଅଞ୍ଚଳରୁ ୨୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୭୨, କଟକରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୨୯, ଯାଜପୁରରୁ ୨୮, ବାଲେଶ୍ୱରରୁ ୨୮, ମୟୂରଭଞ୍ଜରୁ ୧୮, ସମ୍ବଲପୁରରୁ ୧୫, ଭଦ୍ରକରୁ ୧୩, ଅନୁଗୁଳରୁ ୧୩, ଗଞ୍ଜାମରୁ ୧୨, କେନ୍ଦ୍ରାପଡାରୁ ୧୦, ପୁରୀରୁ ୭, ଢେଙ୍କାନାଳରୁ ୭, ସୁନ୍ଦରଗଡରୁ ୬, ଝାରସୁଗୁଡାରୁ ୬, ନୟାଗଡରୁ ୪, କୋରାପୁଟରୁ ୪, ବରଗଡରୁ ୩, କେନ୍ଦୁଝରରୁ ୩, ଦେବଗଡରୁ ୨, ଗଜପତିରୁ ୧, ରାୟଗଡାରୁ ୧, ସୁବର୍ଣ୍ଣପୁରରୁ ୧, କଳାହାଣ୍ଡିରୁ ୧ ଓ କନ୍ଧମାଳରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ମୋଟ ୧୦ ଲକ୍ଷ ୨୦ ହଜାର ୨୪୪ କୋରୋନାରେ ଆକ୍ରାନ୍ତ ହୋଇସାରିଛନ୍ତି । ଏଥିରୁ ସୁସ୍ଥ ହୋଇସାରିଛନ୍ତି ୧୦ ଲକ୍ଷ ୬ ହଜାର ୩୨୦ । ୫ ହଜାର ୭୩୬ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.