ଡିଆରଡିଓରୁ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଂଚ୍ ଜେରା ଆରମ୍ଭ

କଟକ- ବାଲେଶ୍ୱର ଚାନ୍ଦିପୁର ଡିଆରଡିଓରୁ ସମ୍ବେଦନଶୀଳ ତଥ୍ୟ ଲିକ୍ ମାମଲାରେ ଗିରଫ ୫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଲା ପରେ କ୍ରାଇମବ୍ରାଂଚ ସ୍ପେଶାଲ ଟିମ୍ କଟକରେ ସେମାନଙ୍କୁ ଜେରା ଆରମ୍ଭ କରିଛି । ପ୍ରଥମେ ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରାକୁ ଜେରା କରୁଛି ଟିମ୍ । ଏଡିଜି ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧନାରେ କ୍ରାଇମବ୍ରାଂଚ ଜେରା କରୁଛି । ଗତକାଲି ଅଭିଯୁକ୍ତଙ୍କୁ ୭ ଦିନ ପାଇଁ ରିମାଣ୍ଡରେ ନେଇଛି କ୍ରାଇମବ୍ରାଂଚ୍ । ଏଥିପାଇଁ ବାଲେଶ୍ୱର କୋର୍ଟ ଅନୁମତି ଦେଇଥିଲେ ।

Comments are closed.