ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓସିସିଏଲର ସିନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ

ସମ୍ବଲପୁର- ଆୟ ବହିର୍ଭୂତ ସଂପତ୍ତି ଠୁଳ କରିବା ଅଭିଯୋଗରେ ଓସିସିଏଲର ସିନିୟର ମ୍ୟାନେଜର ରଂଜନ କୁମାର ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ରଂଜନଙ୍କ ସମ୍ବଲପୁର ଚୈତନ୍ୟ ନଗର ବାସଭବନରେ ଚଢାଉ କରିଛି ଭିଜିଲାନ୍ସ । ଚୈତନ୍ୟ ନଗରରେ ରଞ୍ଜନଙ୍କର ଏକ ତିନି ମହଲା କୋଠା । ଚଢାଉ ବେଳେ ଭିଜିଲାନ୍ସ ଟିମ୍ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ଗୋଟିଏ ୫ ଶହ ଟଙ୍କିଆ ବଣ୍ଡଲ ଓ ଆଉ କିଛି ନଗଦ ଟଙ୍କା ଜବତ କରିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ରଞ୍ଜନଙ୍କ ବିରୋଧରେ ଆଗରୁ ଅଭିଯୋଗ ରହିଥିଲା । ଭିଜିଲାନ୍ସ ରେଡ୍ ନେଇ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Comments are closed.