ବ୍ରଜମଣ୍ଡଳ ପରିକ୍ରମା: ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡର ପ୍ରସିଦ୍ଧ ସପ୍ତଦଶ ଘାଟ

ଶ୍ରୀରାଧାକୁଣ୍ଡ ଓ ଶ୍ୟାମକୁଣ୍ଡର ଚତୁପାର୍ଶ୍ୱରେ ରହିଛି ଷୋଡ଼ଶ ପ୍ରସିଦ୍ଧ ଘାଟ। ପ୍ରତ୍ୟେକ ଘାଟର ମାହାତ୍ମ୍ୟ ଭିନ୍ନ ଭିନ୍ନ ଅଟେ। କାରଣ ବ୍ରଜଭୂମି ହେଉଛି ଅପ୍ରାକୃତ ଭୂମି। ଯେଉଁ ଭୂମିରେ ଆଜିବି ସ୍ୱୟଂ ଭଗବାନ ଲୀଳା ସଂରଚନା କରୁଛନ୍ତି। ଯାହାକୁ ସିଦ୍ଧ ସାଧକମାନେ ଆଜି ମଧ୍ୟ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି।

୧) ଜାହ୍ନବୀ ଘାଟ : ଶ୍ରୀରାଧାକୁଣ୍ଡର ଉତ୍ତରରେ ରହିଛି ଜାହ୍ନବୀ ଘାଟ। ଏହି ଘାଟଟି ଗୌଡିୟ ବୈଷ୍ଣବବୃନ୍ଦଙ୍କ ପ୍ରସିଦ୍ଧ ଘାଟ। ଏହି ସ୍ଥାନରେ ଶ୍ରୀନିତ୍ୟନନ୍ଦ ପ୍ରଭୁଙ୍କ ପତ୍ନୀ ଶ୍ରୀଜାହ୍ନବା ଠାକୁରାଣୀ ଆସି ଶ୍ରୀକୁଣ୍ଡ ଦର୍ଶନ କରିଥିଲେ।

୨) ଶ୍ରୀଗୋବିନ୍ଦ ଘାଟ : ଶ୍ରୀରାଧାକୁଣ୍ଡର ପୂର୍ବରେ ରହିଛି ଏହି ଘାଟ। ଏଠାରେ ଶ୍ରୀସନାତନ ଗୋସ୍ୱାମୀ ଓ ଗୋପଲଭଟ୍ଟ ଗୋସ୍ୱାମୀ ଭଗବାନଙ୍କ ଦିବ୍ୟଳିଲା ଦର୍ଶନ କରିଥିଲେ।

୩) ଶ୍ରୀମାନସପାବନ ଘାଟ : ଶ୍ରୀରାଧାକୁଣ୍ଡର ବାୟୁ କୋଣରେ ରହିଛି ଶ୍ରୀମାନସପାବନ ଘାଟ। ଏହି ଘାଟଟି ଶ୍ରୀରାଧାଙ୍କର ଅତିପ୍ରିୟ ଘାଟ।

୪) ଶ୍ରୀପଞ୍ଚ ପାଣ୍ଡବ ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ଉତ୍ତରରେ ଅବସ୍ଥିତ। ଏହି ଘାଟରେ ଥିବା ପଞ୍ଚ ବଟବୃକ୍ଷ ନିଜକୁ ଶ୍ରୀପଞ୍ଚ ପାଣ୍ଡବ ବୋଲି ରଘୁନାଥ ଦାସ ଗୋସ୍ଵାମୀଙ୍କୁ ପରିଚୟ ଦେଇଥିଲେ। ଏହି ଘାଟରେ ରହିଛି ଶ୍ରୀରଘୁନାଥ ଦାସ ଗୋସ୍ଵାମୀ, ଶ୍ରୀଲ କୃଷ୍ଣ ଦାସ କବିରାଜ ଗୋସ୍ୱାମୀ ଏବଂ ଶ୍ରୀପାଦ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କ ଭଜନ କୁଟୀର।

୫) ଶ୍ରୀରାଧାବଲ୍ଲଭ ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ପୂର୍ବରେ ଅବସ୍ଥିତ। ଏହିସ୍ଥାନ ପ୍ରାଚୀନ୍ନ ରାସ ସ୍ଥଳୀ। ଏହି ଘାଟରେ ରହିଛି ହରିବଂଶ ଗୋସ୍ୱାମୀଙ୍କ ଭଜନ କୁଟୀର।

୬) ଶ୍ରୀ ରାଧାବିନୋଦ ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ଉତ୍ତରରେ ଅବସ୍ଥିତ। ଏହି ଘାଟରେଗୋବିନ୍ଦ ମନ୍ଦିର ବିରାଜମାନ।

୭) ନନ୍ଦିନୀ ଘେରା ଘାଟ : ଶ୍ରୀ ରାଧାବିନୋଦ ଘାଟର ଉତ୍ତରରେ ରହିଛି ନନ୍ଦିନୀ ଘେରା ଘାଟ ।ନନ୍ଦିନୀ ଘେରାରେ ରହିଛି ରାସ ମଣ୍ଡଳ।

୮) ଶ୍ରୀଲ ଜୀବ ଗୋସ୍ୱାମୀ ଘାଟ : ଏହି ଘାଟ ନନ୍ଦିନୀ ଘେରା ଘାଟର ଅଗ୍ନି କୋଣରେ ଅବସ୍ଥିତ।ଏହି ସ୍ଥାନରେ ଶ୍ରୀଲ ଜୀବ ଗୋସ୍ୱାମୀ ଭଜନ କରି ସିଦ୍ଧି ପ୍ରାପ୍ତ ହୋଇଥିଲେ।

୯) ଘନମାଧବ ଘେରା ଘାଟ : ଏହି ଘାଟ ଶ୍ରୀଲ ଜୀବ ଗୋସ୍ୱାମୀ ଘାଟର ଅଗ୍ନି କୋଣରେ ଅବସ୍ଥିତ।ଏହିଘାଟର ପୂର୍ବରେ ରହିଛି ଘନମାଧବ ଘେରା ଘାଟ।

୧୦) ଶ୍ରୀଗୟା ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ପୂର୍ବ ଭାଗରେ ଅବସ୍ଥିତ। ଶ୍ରୀପାଦ ହରିରାମ ବ୍ୟାସ ଓ ମାଧବେନ୍ଦ୍ର ପୁରୀଙ୍କ ଭଜନ କୁଟୀର ଏହି ଘାଟରେ ବିଦ୍ୟମାନ।

୧୧) ଶ୍ରୀଅଷ୍ଟସଖୀ ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ଅଗ୍ନି କୋଣରେ ଅବସ୍ଥିତ। ଏହି ଘାଟରେ ଅଷ୍ଟ ସଖୀ ସ୍ନାନ କରିଥାନ୍ତି।

୧୨) ଶ୍ରୀଚୈତନ୍ୟ ମହାପ୍ରଭୁଙ୍କ ଉପବେଶନ ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ଦକ୍ଷିଣରେ ଅବସ୍ଥିତ। ଏହି ଘାଟ ଉପରିସ୍ଥ ତମାଳ ବୃକ୍ଷ ଛାୟାରେ ଶ୍ରୀମନ ମହାପ୍ରଭୁ ଉପବେଶନ କରି ଭାବମଗ୍ନ ହୋଇଥିଲେ। ଏହି ଘାଟ ସମୁଖରେ ପ୍ରକଟ ହୋଇଥିଲେ ‘ ଶ୍ରୀବଜ୍ରନାଭ କୁଣ୍ଡ ‘। ଯାହା ରାଧାକୁଣ୍ଡ ଓ ଶ୍ୟାମକୁଣ୍ଡର ପ୍ରତ୍ୟକ୍ଷ ପ୍ରମାଣ।

୧୩) ଶ୍ରୀବଲ୍ଲଭ ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ଦକ୍ଷିଣରେ ଅବସ୍ଥିତ। ଏହି ସ୍ଥାନରେ ମହାପ୍ରଭୁ ଶ୍ରୀବଲ୍ଲଭଚାର୍ଯ୍ୟ ପ୍ରତିନିତ୍ୟ ଭାଗବତ ପାଠ କରି କୁଣ୍ଡ ମହତ୍ୱ ପ୍ରତିପାଦିତ କରିଥିଲେ।

୧୪) ଶ୍ରୀ ମଦନମୋହନ ଘାଟ : ଏହି ଘାଟ ଶ୍ୟାମକୁଣ୍ଡର ନୈରୁତ୍ୱରେ ଅବସ୍ଥିତ। ଏହି ଘାଟରେ ରହିଛନ୍ତି ଶ୍ରୀ ମଦନମୋହନ।

୧୫) ଶ୍ରୀ ଯୁଗଳକୁଣ୍ଡ ସଙ୍ଗମଘାଟ : ଏହି ଘାଟ ଶ୍ରୀରାଧକୁଣ୍ଡ-ଶ୍ୟାମକୁଣ୍ଡର ମଧ୍ୟସ୍ଥଳରେ ଅବସ୍ଥିତ।ଏହି ସ୍ଥାନରେ ଥିବା ପ୍ରାଚୀନ୍ନ ତମାଲବୃକ୍ଷ ସ୍ୱପ୍ନରେ ନିଜକୁ ଅଗସ୍ତି ଋଷି ବୋଲି ଲାଲା ବାବୁଙ୍କୁ ପରିଚୟ ଦେଇଥିଲେ।

୧୬) ଶ୍ରୀ ରାସବାଡ଼ି ଘାଟ : ଏହି ଘାଟ ଶ୍ରୀରାଧକୁଣ୍ଡର ଦକ୍ଷିଣରେ ଅବସ୍ଥିତ। ଏହି ସ୍ଥାନରେ ରହିଛନ୍ତି ପ୍ରାଚୀନ୍ନ ରାସ ମଣ୍ଡଳ।

୧୭) ଶ୍ରୀଝୁଲନବଟ ଘାଟ : ଏହି ଘାଟ ଶ୍ରୀରାଧକୁଣ୍ଡର ପଶ୍ଚିମରେ ଅବସ୍ଥିତ। ଏହି ସ୍ଥାନରେ ଝୁଲଣ ଲୀଳା ରଚନା କରାଯାଇ ଥିଲା।

Comments are closed.