ଆଜିଠାରୁ ଭୁବନେଶ୍ୱରରେ ଜାତୀୟ ଜୁନିଆର ଖୋ ଖୋ ପ୍ରତିଯୋଗିତା

ଭୁବନେଶ୍ୱର- ଆଜିଠାରୁ ଆରମ୍ଭ ହେଉଛି ଜାତୀୟ ଜୁନିଅର ଖୋ ଖୋ ପ୍ରତିଯୋଗିତା । ପ୍ରତିଯୋଗିତାର ୪୦ତମ ସଂସ୍କରଣରେ ୬୦ଟି ଦଳର ୭୦୦ରୁ ଅଧିକ ପ୍ରତିଯୋଗୀ ଭାଗ ନେଉଛନ୍ତି । ଓଡିଶା ଖୋ ଖୋ ସଂଘ, ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ଓ କିଟ୍‌ର ମିଳିତ ସହଯୋଗରେ ପ୍ରତିଯୋଗିତା ଆୟୋଜନ ହେଉଛି । କିଟ୍ ସ୍ଥିତ ବିଜୁ ପଟ୍ଟନାୟକ ଇଣ୍ଡୋର କଂପ୍ଲେକ୍ସରେ ଆସନ୍ତା ୨୬ ଯାଏଁ ପ୍ରତେଯାଗିତା ଖେଳାଯିବ । ଉଭୟ ବାଳକ ଓ ବାଳିକା ବିଭାଗରେ ଟିମଗୁଡିକୁ ୮ଟି ଗ୍ରୁପରେ ବିଭକ୍ତ କରାଯାଇଛି । ବାଳକ ବିଭାଗରେ ଆୟୋଜକ ଓଡିଶା କର୍ଣ୍ଣାଟକ, ବିହାର, ମଧ୍ୟପ୍ରଦେଶ, ମେଘାଳୟ ସହ ଗ୍ରୁପ୍ ‘ଡି’ ରେ ସ୍ଥାନ ପାଇଛି । ବାଳିକା ବିଭାଗରେ ଆନ୍ଧ୍ର, ମଣିପୁର, ଜାମ୍ମୁ ଓ କାଶ୍ମୀର ସହ ଗ୍ରୁପ୍ ‘ଇ’ରେ ସ୍ଥାନ ପାଇଛି ଓଡିଶା । ପ୍ରଥମେ ଗ୍ରୁପ୍ ପର୍ଯ୍ୟାୟ ଓ ପରେ ନକ୍‌ଆଉଟ ଖେଳାଯିବ । ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଦଳ ଆସନ୍ତାବର୍ଷ ହରିୟାଣାର ପଂଚକୁଲାରେ ହେବାକୁ ଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡା ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିବେ ।

Comments are closed.