ରାଜ୍ୟରେ ବଢିଲା କୋରୋନା ଗ୍ରାଫ୍‌, ବହୁ ଦିନ ପରେ ଦୈନିକ ସଂକ୍ରମଣ ୭ ଶହ ଉପରେ, ୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ପୁଣି ବଢିିଛି ଦୈନିକ କୋରୋନା ସଂକ୍ରମଣ । କିଛି ଦିନ ପରେ ସଂକ୍ରମଣ ସଂଖ୍ୟା ୭ ଶହରୁ ଅଧିକ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ୭୩୪ ନୂଆ ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଶିଶୁ ଓ କିଶୋରଙ୍କ ସଂଖ୍ୟା ରହିଛି ୧୦୧ । ସଙ୍ଗରୋଧରୁ ୪୨୪ ଓ ସ୍ଥାନୀୟ ଅଞ୍ଚଳରୁ ୩୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ବହୁ ଦିନ ପରେ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ ଦିନରେ ୩ ଶହରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରୁ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୩୩୫ ନୂଆ ଆକ୍ରାନ୍ତ । କଟକ ଜିଲ୍ଲାରୁ ୯୧, ଜଗତସିଂହପୁରରୁ ୩୨, ବାଲେଶ୍ୱରରୁ ୩୦, ଯାଜପୁରରୁ ୨୯, ମୟୂରଭଞ୍ଜରୁ ୨୭, ପୁରୀରୁ ୧୭, ଅନୁଗୁଳରୁ ୧୩, ସୁନ୍ଦରଗଡରୁ ୧୩, ଭଦ୍ରକରୁ ୧୦, ନୟାଗଡରୁ ୭, ସମ୍ବଲପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୬, ବରଗଡରୁ ୫, ଢେଙ୍କାନାଳରୁ ୫, କୋରାପୁଟରୁ ୪, ରାୟଗଡାରୁ ୪, ଝାରସୁଗୁଡାରୁ ୩, କେନ୍ଦୁଝରରୁ ୩, ମାଲକାନଗିରିରୁ ୨, ଗଜପତିରୁ ୧, କନ୍ଧମାଳରୁ ୧, ନୂଆପଡାରୁ ୧, ସୁବର୍ଣ୍ଣପୁରରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ଟି ଜିଲ୍ଲାରୁ କୌଣସି ପଜିଟିଭ ମାମଲା ଆସିନାହିଁ ।

ରାଜ୍ୟରେ ଏ ଯାବତ ୧୦ ଲକ୍ଷ ୨୧ ହଜାର ୯୫୦ ଲୋକ କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୮ ହଜାର ୨୨୬ । ବର୍ତ୍ତମାନ ୫ ହଜାର ୫୨୧ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.