ଡିଆରଡିଓ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କ ଜେରାରୁ ଆଉ ଏକ ଚାଞ୍ଚଲ୍ୟକର ଖୁଲାସା

ଭୁବନେଶ୍ୱର- ଚାନ୍ଦିପୁର ଡିଆରଡିଓର ଗୋପନୀୟ ତଥ୍ୟ ଲିକ୍ ମାମଲାରେ ଅଭିଯୁକ୍ତଙ୍କ ଜେରାରୁ ନୂଆ ନୂଆ ଚାଂଚଲ୍ୟକର ତଥ୍ୟ ସାମନାକୁ ଆସିବାରେ ଲାଗିଛି । ୨୦୨୦ରେ ଅଭିଯୁକ୍ତଙ୍କ ସହ ସଂପର୍କ ଗଢିଥିଲା ଜଣେ ରହସ୍ୟମୟୀ ଯୁବତୀ । ବିଭିନ୍ନ ପରିଚୟ ଓ ବୃତ୍ତିରେ କାମ କରୁଥିବା ନେଇ ଯୁବତୀ ଜଣକ ଦର୍ଶାଇଥିଲା ବୋଲି କ୍ରାଇମବ୍ରାଂଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ଯୁବତୀଜଣକ ବିଭିନ୍ନ ପରିଚୟ ଓ ବୃତ୍ତିରେ କାମ କରୁଥିବା ଦର୍ଶାଇଥିଲା । ଏପରିିକି ସେ ଚଣ୍ଡିଗଡରେ ସେନାର ଲୋୟର ଡିଭିଜମ କ୍ଲର୍କ ଥିଲା ବୋଲି ଅଭିଯୁକ୍ତଙ୍କୁ କହିଥିବା କ୍ରାଇମବ୍ରାଂଚ ଏଡିଜି ପ୍ରକାଶ କରିଛନ୍ତି । ଯୁବତୀ ଜଣକ କଥା ହୋଇଥିବା ଆଇପି ଆଡ୍ରେସ ନେଇ ଖୋଳତାଡ ଜାରି ରହିଛି । ବ୍ରିଟେନ ସରକାରଙ୍କୁ ଯୁବତୀଙ୍କ ହ୍ୱାଟସଆପ୍ ନମ୍ବରର ବିବରଣୀ ମଗାଯିବ ବୋଲି ଏଡିଜି କହିଛନ୍ତି । ଏଣେ ଚାଳକବିହୀନ ବିମାନ ସଂପର୍କରେ କୌଣସି ତଥ୍ୟ ପ୍ରଘଟ କରାଯାଇଛି କି ନାହିଁ , ସେ ବାବଦରେ ଭାରତୀୟ ବାୟୁସେନା ତଦନ୍ତ କରୁଛି ।

Comments are closed.