ଓମାନରୁ ଫେରିଲା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀର, ଓଡ଼ିଶା – ମୋ ପରିବାର ସହାୟତାରେ ଶେଷକୃତ୍ୟ ପାଇଁ ଜନ୍ମମାଟିକୁ ପଠାଗଲା

ଭୁବନେଶ୍ୱର: ଓମାନରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ପାର୍ଥିବ ଶରୀରକୁ ଓଡ଼ିଶା – ମୋ ପରିବାରର ସହାୟତାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ବିମାନ ବନ୍ଦରରୁ ନିଜ ଗ୍ରାମକୁ ପଠାଇଦିଆଯାଇଛି ।

ସୂଚନାଯୋଗ୍ୟ , ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅନ୍ତର୍ଗତ କମଳାପଦର ଗ୍ରାମର ପ୍ରଦୀପ ପାହନ ଓମାନର ରାଜଧାନୀ ମସ୍କଟରେ ରହି ଡଲ୍ଫିନ୍ ଗ୍ରେସିଂ ଆଣ୍ଡ ଇନ୍ଭେଷ୍ଟମେଣ୍ଟ ( ଏଲ୍.ଏଲ୍.ସି ) କମ୍ପାନୀରେ କାମ କରୁଥିଲେ । ଗତ ୧୪ ତାରିଖରେ ସେଠାରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ତେବେ ତାଙ୍କର ଶବ ବ୍ୟବଚ୍ଛେଦ ପରେ ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇଆଣିବାକୁ ବାରାରିନ୍ ଓଡ଼ିଶା – ମୋ ପରିବାର ସ୍କକ୍ ( Single Point of Contact ) ଡ . ଅରୁଣ ପ୍ରହରାଜ ଭାରତୀୟ ଦୂତାବାସ , ବୈଦେଶିକ ବ୍ୟାପାର ମନ୍ତ୍ରଣାୟ , ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ଓଡ଼ିଶା – ମୋ ପରିବାର ସହିତ ଯୋଗାଯୋଗ କରିଥିଲେ । ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବାପାଇଁ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସହାୟତା ଲୋଡ଼ିଥିଲେ । ତେବେ ଓମାନରୁ ଭାୟା ମୁମ୍ବାଇ ହୋଇ ଆଜି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନବନ୍ଦରରେ ସ୍ୱର୍ଗତ ପ୍ରଦୀପଙ୍କ ମର ଶରୀର ପହଞ୍ଚିବା ପରେ ବିମାନ ବନ୍ଦରରେ ଓଡ଼ିଶା – ମୋ ପରିବାର ଆବାହକ ଅରୁପ ପଟ୍ଟନାୟକ , ଯୁଗ୍ମ ସଂପାଦକ ରୁଦ୍ର ନାରାୟଣ ସାମନ୍ତରାୟ , ସମୀର ପ୍ରଧାନ , ବିଜୁ ଜନତା ଦଳ ବରିଷ୍ଟନେତା ଭରଦ୍ୱାଜ ମିଶ୍ର , ଓଡ଼ିଶା ମୋ ପରିବାର ସ୍ବାସ୍ଥ୍ୟ ଉପଦେଷ୍ଟା ସତ୍ୟଜିତ ଦାଶ ପ୍ରମୁଖ ଉପସ୍ଥିତ ରହି ବିମାନବନ୍ଦର କର୍ତ୍ତୁପକ୍ଷଙ୍କଠାରୁ ପାର୍ଥିବ ଶରୀରକୁ ଗ୍ରହଣ କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିବାସହ ସେଠାରୁ ଏକ ଆମ୍ବୁଲାନ୍ସର ବ୍ୟବସ୍ଥା କରି ତାଙ୍କ ଜନ୍ମମାଟି କମଳାପଦରକୁ ପଠାଇଦେଇଥିଲେ ।

Comments are closed.