ପିପିଲି ଉପନିର୍ବାଚନ : ବୟସ୍କ, ଦିବ୍ୟାଙ୍ଗ ଓ କୋଭିଡ ଆକ୍ରାନ୍ତ ଭୋଟରଙ୍କ ପାଇଁ ଆଜିଠୁ ପୋଷ୍ଟାଲ ବ୍ୟାଲାଟ ମତଦାନ

ପୁରୀ-ପିପିଲି ଉପନିର୍ବାଚନ ପାଇଁ ପୋଷ୍ଟାଲ ବାଲାଟ ପେପରରେ ଆଜିଠାରୁ ମତଦାନ ଆରମ୍ଭ ହୋଇଛି । ଏ ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ୮୦ରୁ ଅଧିକ ବୟସ୍କ ଭୋଟର୍‌, ଦିବ୍ୟାଙ୍ଗ ଭୋଟର୍ ଓ କୋଭିଡ ଆକ୍ରାନ୍ତଙ୍କ ପାଇଁ ଏହି ପୋଷ୍ଟାଲ ବାଲାଟ ଭୋଟିଂ ବ୍ୟବସ୍ଥା ଉଦ୍ଦିଷ୍ଟ । ମାଇକ୍ରୋ ଅବଜରଭର ଓ ପ୍ରିଜାଇଡିଂ ଅଫିସର ଘର ଘର ବୁଲି ମତ ଗ୍ରହଣ କରିବେ । ଏହା ୫ ଦିନ ଧରି ଚାଲିବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ ।

Comments are closed.