ଯାଜପୁରରେ ବିଜେପିକୁ ଶକ୍ତ ଧକ୍କା, ୨୦୧୯ର ବିଧାୟକ ପ୍ରାର୍ଥୀଙ୍କ ସମେତ ଦଳ ଛାଡିଲେ ୧୨ ନେତା

ଚଣ୍ଡିଖୋଲ – ଯାଜପୁରରେ ବିଜେପିକୁ ଶକ୍ତ ଧକ୍‌କା । ୨୦୧୯ ନିର୍ବାଚନରେ ଯାଜପୁର ଜିଲ୍ଲା ଧର୍ମଶାଳା ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ରମେଶ ଚନ୍ଦ୍ର ପରିଡା ଦଳ ଛାଡିଛନ୍ତି । ରମେଶ ଓ ଦଳର ବିଭିନ୍ନ ପଦପଦବୀରେ ଥିବା ଅନ୍ୟ ୧୧ ଜଣ ମଧ୍ୟ ବିଜେପି ଛାଡିଛନ୍ତି । ବିଜେପିର ପ୍ରାଥମିକ ସଦସ୍ୟ ପଦବୀରୁ ସମସ୍ତେ ଇସ୍ତଫା ଦେଇଛନ୍ତି । ରମେଛ ପରିଡାଙ୍କ ସମେତ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଚୈତନ୍ୟ ସାମଲ, ଜିଲ୍ଲା ବିଜେପି ଉପସଭାପତି ମହେନ୍ଦ୍ର ପଣ୍ଡା, କବାଟବନ୍ଧ ମଣ୍ଡଳ ସଭାପତି ବିଜୟ କୁମାର ନାୟକ ଦଳ ଛାଡିଛନ୍ତି । ବିଜେପି ରାଜ୍ୟ ପରିଷଦ ସଦସ୍ୟ ଆଶିଷ କୁମାର ବଳ ମଧ୍ୟ ଦଳ ଛାଡିଛନ୍ତି ।

Comments are closed.