ଗଭୀର ଅବପାତର ରୂପ ନେଲା ଲଘୁଚାପ, ଆଜି ସଂଧ୍ୟାରେ ବାତ୍ୟାରେ ପରିଣତ ସମ୍ଭାବନା, ୪ଟି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିିଂ

ଭୁବନେଶ୍ୱର – ଗଭୀର ଅବପାତର ରୂପ ନେଇଛି ପୂର୍ବ ବଙ୍ଗୋପସଗାରରେ ସୃଷ୍ଟ ଲଘୁଚାପ । ଆଜି ସଂଧ୍ୟା ସାଢେ ୫ଟା ବେଳକୁ ଏହା ବାତ୍ୟାରେ ପରିଣତ ହେବା ସମ୍ଭାବନା ରହିଛି । ୨୬ ତାରିଖ ବେଳରୁ ପବନର ବେଗ ବଢି ଏହା ଆନ୍ଧ୍ର ଉପକୂଳ ଆଡକୁ ମୁହାଁଇବ । ୨୬ ତାରିଖରେ ଆନ୍ଧ୍ର ପ୍ରଦେଶର କଳିଙ୍ଗପାଟଣା ପାଖାପାଖି ଅଂଚଳରେ ବାତ୍ୟା ‘ଗୁଲାବ’ ସ୍ଥଳଭାଗ ଛୁଇଁବ । ବାତ୍ୟା ପ୍ରଭାବରେ ଓଡିଶାର ୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । କନ୍ଧମାଳ, ଗଞ୍ଜାମ, ରାୟଗଡା ଓ ଗଜପତି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସମ୍ଭାବ୍ୟ ପ୍ରବଳ ବର୍ଷା, ବନ୍ୟା ସ୍ଥିତି ଓ ଭୂସ୍ଖଳନ ନେଇ ଜିଲ୍ଲାପାଳଙ୍କ ସହ କଥା ହୋଇଛନ୍ତି ଏସଆରସି ପ୍ରଦୀପ ଜେନା । ଜିଲ୍ଲାପାଳମାନେ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ସହ ବୈଠକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।

Comments are closed.