ଧବଳେଶ୍ୱରରୁ ମିଳିଥିବା ମୃତଦେହ ଓଡ୍ରାଫ କର୍ମଚାରୀଙ୍କ ନୁହେଁ : ଏସଆରସି

ଭୁବନେଶ୍ୱର – ଗତକାଲି ହାତୀ ଉଦ୍ଧାର ଅପରସେନ ବେଳେ ନିଖୋଜ ହୋଇଯାଇଥିବା ଓଡ୍ରାଫ କର୍ମଚାରୀ ସୀତାରାମ ମୁର୍ମୁଙ୍କୁ ଏ ଯାଏଁ ଠାବ କରାଯାଇପାରି ନାହିଁ । ଧବଳେଶ୍ୱରଠାରେ ମିଳିଥିବା ମୃତଦେହ ସୀତାରାମଙ୍କର ନୁହେଁ ବୋଲି ସ୍ପଷ୍ଟୀକରଣ ଦିଆଯାଇଛି । ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ କୁମାର ଜେନା । ଏ ନେଇ ପୂର୍ବର ଭୁଲ୍ ସୂଚନା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଏସଆରସି । ଆଜି ସକାଳେ ଗୋଟିଏ ମୃତଦେହ ଧବଳେଶ୍ୱର ନିକଟ ମହାନଦୀରୁ ଉଦ୍ଧାର କରାଯାଇଥିଲା । ତାହା ସୀତାରାମଙ୍କର ହୋଇଥାଇପାରେ ବୋଲି ସନ୍ଦେହ କରାଯାଇଥିଲା । କିନ୍ତୁ ପରିବାର ଲୋକ ମୃତଦେହକୁ ଚିହ୍ନଟ କରିପାରି ନ ଥିଲେ ।

Comments are closed.