ରାଜ୍ୟରେ ପୁଣି ଦୈନିକ କୋରୋନା ସଂକ୍ରମଣ ୬ ଶହରୁ ଅଧିକ ୬୦୨ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୯ ଶିଶୁ-କିଶୋର

ଭୁବନେଶ୍ୱର – ରାଜ୍ୟରେ ପୁଣି ୬ ଶହ ଉପରେ ଦୈନିକ କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୬୦୨ କୋରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ୭୯ ଶିଶୁ ଓ କିଶୋର । ସଙ୍ଗରୋଧରୁ ୩୫୩ ଓ ସ୍ଥାନୀୟ ଅଞ୍ଚଳରୁ ୨୪୯ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୨୬୬ ଓ କଟକରୁ ୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୩୪, ବାଲେଶ୍ୱରରୁ ୨୪, ସମ୍ବଲପୁରରୁ ୨୩, ମୟୂରଭଞ୍ଜରୁ ୧୯, ଯାଜପୁରରୁ ୧୬, ପୁରୀରୁ ୧୩, ନୟାଗଡରୁ ୮, ଗଞ୍ଜାମରୁ ୮, ଭଦ୍ରକରୁ ୭, ଢେଙ୍କାନାଳରୁ ୭, ଗଜପତିରୁ ୬, ଅନୁଗୁଳରୁ ୬, ସୁନ୍ଦରଗଡରୁ ୫, ରାୟଗଡାରୁ ୪, କେନ୍ଦ୍ରାପଡାରୁ ୩, କଳାହାଣ୍ଡିରୁ ୩, ସୁବର୍ଣ୍ଣପୁରରୁ ୩, ଦେବଗଡରୁ ୨, କୋରାପୁଟରୁ ୨, ବଲାଙ୍ଗିରରୁ ୧, ବୌଦ୍ଧରୁ ୧, ଝାରସୁଗୁଡାରୁ ୧, କେନ୍ଦୁଝରରୁ ୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚାରିଟି ଜିଲ୍ଲାରୁ କୌଣସି ନୂଆ ମାମଲା ଆସିନାହିଁ ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୨୩ ହଜାର ୭୩୫ ଜଣ କୋରୋନା ପଜିଟିଭ ହୋଇସାରିଛନ୍ତି । ଏମାନଙ୍କ ମଧ୍ୟରୁ ୧୦ ଲକ୍ଷ ୯ ହଜାର ୫୮୨ ସୁସ୍ଥ ବି ହୋଇସାରିଛନ୍ତି । ୫ ହଜାର ୯୩୦ ରୋଗୀ ଚିକିତ୍ସାଧୀନ ଅଛନ୍ତି ।

Comments are closed.