ବାତ୍ୟା ମୁକାବିଲା : ଗଜପତି ଜିଲ୍ଲରେ ୧୬୦୦ ଲୋକ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର, ୫୫ ଆଶ୍ରୟସ୍ଥଳୀ ପ୍ରସ୍ତୁତ

ପାରଳାଖେମୁଣ୍ଡି – ବାତ୍ୟା ଗୁଲାବର ମୁକାବିଲା ଲାଗି ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକର ପ୍ରଶାସନ କଳ ତତ୍ପରତା ଦେଖାଇଛି । ଗଜପତି ଜିଲ୍ଲା ମଧ୍ୟ ବାତ୍ୟା ଦ୍ୱାରା ଅଧିକ ପ୍ରଭାବିତ ହେବା ଆଶଙ୍କା ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନେଉଛନ୍ତି । ଜିଲ୍ଲାହଗ୍ଦ ୧୬୦୦ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରାଯାଇଛି । ୭ଟି ବ୍ଲକ ପାଇଁ ୭ ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ୫୫ଟି ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି । ଗଜପତି ଜିଲ୍ଲାରେ ୭ଟି ଓଡ୍ରାଫ୍ ଓ ୨ଟି ଏନଡିଆରଏଫ ଟିମ୍ ମୁତୟନ କରାଯାଇଛି ।

Comments are closed.