ମୁମ୍ବାଇର ବାଇକୁଲ୍ଲା ଜେଲରେ କରୋନା ବିସ୍ଫୋରଣ, ୬ ଶିଶୁଙ୍କ ସମେତ ୩୯ କଏଦୀ ସଂକ୍ରମିତ

ମୁମ୍ବାଇ: ମୁମ୍ବାଇର ବାଇକୁଲ୍ଲା ମହିଳା ଜେଲରେ କରୋନା ବିସ୍ଫୋରଣର ଏକ ମାମଲା ସାମ୍ନାକୁ ଆସିଛି। ଗତ ୧୦ ଦିନ ମଧ୍ୟରେ ଏଠାରେ ୬ ଶିଶୁଙ୍କ ସମେତ ମୋଟ ୩୯ ଜଣ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି। ସମସ୍ତ କୋଭିଡ ସଂକ୍ରମିତ ଲୋକଙ୍କୁ ଆଇସୋଲେସନ କେନ୍ଦ୍ରକୁ ପଠାଯାଇଛି। ଅଧିକାରୀଙ୍କ କହିବାନୁସାରେ, ସମୁଦାୟ ୧୨୦ କର୍ମଚାରୀ ଏବଂ କଏଦୀଙ୍କ କରୋନା ପରୀକ୍ଷା କରାଯାଇଥିଲା।

ବ୍ରିହନ ମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ର ଜଣେ ଅଧିକାରୀ କହିଛନ୍ତି ଯେ ଏହି ସମୟ ମଧ୍ୟରେ ସମୁଦାୟ ୧୨୦ କଏଦୀଙ୍କୁ ସ୍କ୍ରିନିଂ କରାଯାଇଥିଲା। ସେ କହିଛନ୍ତି ଯେ ସଂକ୍ରମଣରେ ପୀଡିତ ୩୯ ଜଣଙ୍କ ମଧ୍ୟରୁ ୩୬ ଜଣଙ୍କୁ ନିକଟସ୍ଥ ପାଟାନୱାଲା ବିଦ୍ୟାଳୟରେ ଅଲଗା ରଖାଯାଇଛି ଏବଂ ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ଜଣେ ଗର୍ଭବତୀ ମହିଳାଙ୍କୁ ସତର୍କତାମୂଳକ ପଦକ୍ଷେପ ଭାବେ ଜିଟି ହସ୍ପିଟାଲରେ ଭର୍ତ୍ତି କରାଯାଇଛି ବୋଲି ଅଧିକାରୀ କହିଛନ୍ତି। ବିଏମସିର ଇ-ୱାର୍ଡର ଡାକ୍ତରୀ ସ୍ୱାସ୍ଥ୍ୟ ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି ଯେ ଜେଲକୁ କଣ୍ଟେଣ୍ଟମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇ ନାହିଁ।

Comments are closed.