ରାଜ୍ୟରେ ପୁଣି ୫ ଶହ ତଳେ ଦୈନିକ କୋରୋନା ସଂକ୍ରମଣ, ୪୪୪ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର – ରାଜ୍ୟରେ ୪୪୪ ନୂଆ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୫୯ ଜଣ ଅଛନ୍ତି ଶିଶୁ ଓ କିଶୋର । ସଙ୍ଗରୋଧରୁ ୨୫୯ ଓ ସ୍ଥାନୀୟ ଅଞ୍ଚଳରୁ ୧୮୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୧୭୦ ଓ କଟକରୁ ୭୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲାରୁ ୩୭, ଯାଜପୁରରୁ ୨୨, ବାଲେଶ୍ୱରରୁ ୧୬, ଜଗତସିଂହପୁରରୁ ୧୩, ରାୟଗଡାରୁ ୯, ନୟାଗଡରୁ ୮, ଅନୁଗୁଳରୁ ୮, ପୁରୀରୁ ୭, ସମ୍ବଲପୁରରୁ ୭, ଗଞ୍ଜାମରୁ ୬, କେନ୍ଦ୍ରାପଡାରୁ ୫, ସୁନ୍ଦରଗଡରୁ ୫, ଭଦ୍ରକରୁ ୪, ବଲାଙ୍ଗିରରୁ ୩, ଢେଙ୍କାନାଳରୁ ୩, ଝାରସୁଗୁଡାରୁ ୩, କେନ୍ଦୁଝରରୁ ୩, ସୁବର୍ଣ୍ଣପୁରରୁ ୨, ଦେବଗଡରୁ ୧, ବରଗଡରୁ ୧ ଓ ନୂଆପଡାରୁ ୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଏ ଯାଏଁ ୧୦ ଲକ୍ଷ ୨୪ ହଜାର ୭୬୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ସୁସ୍ଥ ହୋଇଛନ୍ତି ୧୦ ଲକ୍ଷ ୧୦ ହଜାର ୮୨୯ । ୫ ହଜାର ୭୦୨ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି ।

Comments are closed.