ଭିଜିଲାନ୍ସ ଜାଲରେ ଅବକାରୀ ବିଭାଗର ଦୁଇ କର୍ମଚାରୀ

ଦେବଗଡ- ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ସରକାରୀ କର୍ମଚାରୀ । ଅବକାରୀ ବିଭାଗର ଦୁଇ କର୍ମଚାରୀଙ୍କୁ ଧରିଛି ଭିଜିଲାନ୍ସ । ଦେଢ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଏଏସଆଇ ମଥୁରା ପ୍ରଧାନ ଓ ଅବକାରୀ ଅଧୀକ୍ଷକଙ୍କୁ ଧରିଛି ଭିଜିଲାନ୍ସ । ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶରେ ଏଏସଆଇ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି । ଜଣେ ମଦ ଭାଟି ମାଲିକଙ୍କଠାରୁ ଲାଂଚ ଭାବେ ନିଆଯାଇଥବା ଦେଢ ଲକ୍ଷ ଟଙ୍କା ଜବତ କରାଯାଇଛି । ଅଧିକ ଖୋଳତାଡ ଜାରି ରଖିଛି ଭିଜିଲାନ୍ସ ।

Comments are closed.