ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାର ଓଡିଶା ମଡେଲ୍ ସଂପର୍କରେ ତିନିଦିନିଆ ତାଲିମ ଶିବିର ଉଦଘାଟିତ

ଭୁବନେଶ୍ୱର – ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନାରେ ଓଡିଶା ଜାତୀୟସ୍ତରରେ ସର୍ବଶ୍ରେଷ୍ଠ ମଡେଲ ଭାବେ ପ୍ରମାଣିତ ହୋଇଛି । ଓଡିଶା ମଡେଲ୍ ସଂପର୍କରେ ଲାଲ ବାହାଦୂର ଶାସ୍ତ୍ରୀ ପ୍ରାଶାସନିକ ଏକାଡେମୀ ତରଫରୁ ଓଡିଶା ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ସହଯୋଗରେ ୯ ରାଜ୍ୟ ଓ ୩ କେନ୍ଦ୍ର ଶାସିତ ଅଂଚଳର ଅଧିକାରୀମାନଙ୍କ ପାଇଁ ତିନିଦିନିଆ ତାଲିମ ଶିବିର ଆରମ୍ଭ ହୋଇଛି । ଛତିଶଗଡ, ପଶ୍ଚିମବଙ୍ଗ, ଗୁଜରାଟ,ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର ଆଦି ରାଜ୍ୟରେ ଅଧିକାରୀମାନେ ଏହି ତାଲିମ ଶିବିରରେ ଯୋଗ ଦେଇ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ସଂପର୍କରେ ଜ୍ଞାନ ଆହରଣ କରୁଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ତାଲିମ ଶିବିରକୁ ଉଦଘାଟନ କରିଥିଲେ । ୧୯୯୯ ମହାବାତ୍ୟା ଓଡିଶା ପାଇଁ ଏକ ବିରାଟ ଆହ୍ୱାନ ଓ ଅଭିଜ୍ଞତା ଥିଲା ବୋଲି ସେ କହିଥିଲେ ।ଏସଆରସି ପ୍ରଦୀପ ଜେନା କହିଥିଲେ ଯେ, ବାତ୍ୟା ଓ ବନ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଓଡିଶାର ସହଚର । ଉଦଘାଟନୀ ଦିନରେ ଗୋପବନ୍ଧୁ ପ୍ରଶାସନିକ ଏକାଜେମୀର ନିର୍ଦ୍ଦେଶକ ନିହାର ରଞ୍ଜନ ସ୍ୱାଇଁସ ଲାଲ ବାହାଦୂର ଶାସ୍ତ୍ରୀ ପ୍ରଶାସନିକ ଏକାଡେମୀର ପ୍ରାକୃତିକ ବିପର୍ଯ୍ୟୟ କେନ୍ଦ୍ରର ନିର୍ଦ୍ଦେଶକ ଅଭିରାମ ଶଙ୍କର ପ୍ରମୁଖ ଯୋଗ ଦେଇଥିଲେ ।

Comments are closed.